ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିମ୍ବାଧର ମୁଣ୍ଡ ଙ୍କ ଅବସର କାଳୀନ ସମର୍ଦ୍ଧନା ସଭା ଅନୁଷ୍ଠିତ
ଗୋଲାମୁଣ୍ଡା ତା ୩୦/୦8/2୦25 କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଖମାର ହଳଦୀ ପଞ୍ଚାୟତ ଅଧିନସ୍ତ ଘୋଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିମ୍ବାଧର ମୁଣ୍ଡ ଙ୍କ ଖମାର ହଳଦୀ କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମର୍ଦ୍ଧନା ଘୋଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବିଦ୍ୟାଳୟ ରେ ଅବସର ନେଇ ଥିବା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିମ୍ବାଧର ମୁଣ୍ଡ ଦୀର୍ଘ ୧୪ ବର୍ଷ କା ଳଧରି ଘୋଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ ରତ ଥିଲେ ତାଙ୍କ ଅବସର କାଳୀନ ସଭାରେ ସମସ୍ତ ପୂର୍ବତନ ଓ ଅଧ୍ୟୟନ ରତ ସମସ୍ତ ସ୍କୁଲ ସହକର୍ମୀ ଏବଂ ଅନ୍ୟାନ୍ୟ ସ୍କୁଲ ରୁ ଆସିଥିବା ଶିକ୍ଷକ ବୃନ୍ଦ ଭାବ ବିହୋଲ୍ୟ ହେବା ଦେଖିବାକୁ ମିଳିଥିଲା ।ପ୍ରଥମେ ପ୍ରଭୁ ଗଜାନନ ଙ୍କ ଫଟୋ ମୂର୍ତ୍ତିରେ ଧୂପ ଦୀପ ଦେଇ ପୂଜା କରି ଥିଲେ ।ପରେ ଅବସର କାଳୀନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିମ୍ବାଧର ମୁଣ୍ଡ ଙ୍କୁ ପୁଷ୍ପ ମାଲ ଦେବା ସହ ଓପ୍ ଢ଼କନ ଦେଇଥିଲେ ଓ ସଭା କୁ ଆରମ୍ଭ କରିଥିଲେ ।ଉକ୍ତ ସଭାରେ ମୁଖ୍ୟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଲାମୁଣ୍ଡା ଶ୍ରୀଯୁକ୍ତ ଲବଣୀ କୁମାର ନାଏକ ଉକ୍ତ ସମର୍ଦ୍ଧନା ସଭାର ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ୍ ନେଗି ମୁଖ୍ୟ ବକ୍ତା ସୁରେନ୍ଦ୍ର କୁମାର ମୁଣ୍ଡ ପ୍ରଧାନ ଶିକ୍ଷକ ଭାଟି ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମାନିତ ଅତିଥି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଲାମୁଣ୍ଡା ଶ୍ରୀଯୁକ୍ତ ପ୍ରଭାତ ଖମାରୀ ଗୋଲାମୁଣ୍ଡା ଶିକ୍ଷକ ସଂଘ ର ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ ସମ୍ପାଦକ ସୁନିଲ ଖନାସମା ଉପସଭାପତି ଶ୍ରୀଯୁକ୍ତ ମୋହନ ଲାଲ ବିଶି , ,ବିଦ୍ୟାଳୟ ଓ କ୍ଲଷ୍ଟର ର ଶିକ୍ଷକ ଓ ଶିକ୍ଷୟତ୍ରୀ ଯଥା – ଧବଳେଶ୍ଵର ନାଏକ , ଆଶିଷ କୁମାର ବାରିକ ,ସୁବେନ୍ଧୁ କୁମାର ନାଏକ,ରାଧାକାନ୍ତ ନାଗ,ରେଖାରାମ ନାଏକ,ବଡ଼ ଚେର ଗାଁ ସି ଆର ସି ଅମିତ କୁମାର ଜାଲ ସ୍କୁଲ କମିଟି ର ସଭ୍ୟ ସଭ୍ୟା ଛାତ୍ର ଛାତ୍ରୀ ତଥା ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।ମଞ୍ଚ ପରିଚାଳକ ଶ୍ରୀଯୁକ୍ତ ଜୀବନ ଜ୍ୟୋତି ନିଗୀ , ଖମାର ହଳଦୀ ସି ଆର ସି ସି ଶ୍ରୀଯୁକ୍ତ ତୁଲାରାମ ସାହୁ ଧନ୍ୟବାଦ୍ ଦେଇ ସଭା କୁ ସାଙ୍ଗ କରିଥିଲେ ।ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ



