ଆଜି ତା ୩୧ ଅଗଷ୍ଟ ୨୦୨୫ ରିଖ ଓଡ଼ିଶା ବାମସେଫ୍ ୟୁନିଟ୍ ଓ ୟୁନିଟ୍ ଅଫ୍ ମୁଳନିବାସୀ ସମାଜ ତରଫରୁ ଦିତୀୟ ରାଜ୍ୟ ଅଧିବେଶନ ଲେଖକ ସଂସଦ ଢେଙ୍କାନାଳ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଡଃ ପ୍ରମୋଦ କୁମାର ନାୟକ, ଅବସରପ୍ରାପ୍ତ ସୁଚନା ଓ ଲୋକସମ୍ପର୍କ ଅଧିକାରୀ ,ମୂଖ୍ୟ ଅତିଥି – ଡା.ଅବିନାଶ ଜେନା,ଓଡିଶା ବହୁଜନ ସାମୁଖ୍ୟ, ଭଦ୍ରକ, ସମ୍ମାନିତ ଅତିଥି -ମୁଫ୍ତି ମରଗୁବାର ରେହମାନ କାଶିମ୍,କଟକ, ଶ୍ରୀଯୁକ୍ତ ଜଗବନ୍ଧୁ ଜେନା,ଉପସଭାପତି ଓଡ଼ିଶା ବାମସେଫ୍, ଶ୍ରୀଯୁକ୍ତ ଶ୍ରୀଧର ମଲିକ, ଢେଙ୍କାନାଳ, ଶ୍ରୀଯୁକ୍ତ ବିଶ୍ଵନାଥ ଜେନା, ସଭାପତି ଓଡ଼ିଶା ବହୁଜନ ସାମୁଖ୍ୟ,ଶ୍ରୀ ଯୁକ୍ତ ରାମଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି, ୟୁନିଟ୍ ଅଫ୍ ମୁଳନିବାସୀ ସମାଜ, ଭୁବନେଶ୍ୱର, ଶ୍ରୀଯୁକ୍ତ ଅନନ୍ତ କୁମାର ରାଉତ, ଅବସରପ୍ରାପ୍ତ ଅଧ୍ୟାପକ, ଅନୁଗୋଳ, ଶ୍ରୀଯୁକ୍ତ ଲିଙ୍ଗରାଜ ପାତ୍ର, ସଭାପତି ୟୁନିଟ୍ ଅଫ୍ ମୁଳନିବସୀ ସମାଜ, ଓଡ଼ିଶା।,ଆଡଭୋକେଟ୍ ପ୍ରଦ୍ୟୁମ୍ନ କୁମାର ନାଏକ, ସଭାପତି ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ, ବିଶେଷ ଅତିଥି ଶ୍ରୀଯୁକ୍ତ ସରୋଜ କୁମାର ସେଠୀ, ସଭାପତି ଓଡ଼ିଶା ବାମସେଫ୍ ୟୁନିଟ୍।, ପ୍ରାରମ୍ଭିକ ସଂଗୀତ ଶ୍ରୀଯୁକ୍ତ ଧୃବତରଣ ବିଶ୍ଵାଳ, ବିଶିଷ୍ଟ ପାଲା ଗାୟକ, ଢେଙ୍କାନାଳ ଓ ଧିମତୀ କଳାବତୀ ନାଏକ,ସଂକିର୍ତ୍ତନ ପ୍ରଶିକ୍ଷିକା ଓ ଲେଖିକା। ଅଧ୍ୟକ୍ଷତା ଶ୍ରୀଯୁକ୍ତ କମଳାକାନ୍ତ କାଲେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ୟୁନିଟ୍ ଅଫ୍ ମୁଳନିବାସୀ ସମାଜ ଓ ବାମସେଫ ଓଡ଼ିଶା ୟୁନିଟ୍। ମଞ୍ଚ ପରିଚାଳନା ଶ୍ରୀ ଚିତ୍ରସେନ ନାଏକ, ସଂପାଦକ ବାମସେଫ୍, ଓଡ଼ିଶା ୟୁନିଟ୍।ଭାରତ ସରକାର NPR(National Population Register) ଅନୁସୂଚିତ ଜାତି ଜନଜାତି ମାନଙ୍କ ମଧ୍ୟରେ ଉପବର୍ଗୀକରଣ,NRC(National Register of Citizens? ଏବଂ SIR(Special Intensive Revision) ମାଧ୍ୟମରେ ମୁଳନିବାସୀ ବହୁଜନ ସମାଜର ଲୋକମାନଙ୍କୁ ସେମାନଙ୍କ ଅଧିକାର ବିହୀନ କରିବା ସହିତ ଭାରତର ନାଗରିକତା ଅଧିକାରରୁ ବଞ୍ଚିତ କରି ଗୋଲାମ କରିବା ଓ ସେମାନଙ୍କୁ ଦେଶାନ୍ତର କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ।ଏ ବିଷୟରେ ଜନସଚେତନତା ସୃଷ୍ଟି କରି ସାମ୍ବିଧାନିକ ଅଧିକାରକୁ ସୁରକ୍ଷିତ ରଖିବାକୁ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହୋଇଛି। ଶିକ୍ଷିତ , ଯୁବସମାଜ, ମହିଳା ଓ ବୁଦ୍ଧିଜୀବୀ ମାନେ ସ୍ବର୍ଣ୍ଣିମ ଭାରତର ଗଠନ କରିବାପାଇଁ ଆହ୍ୱାନ ଦିଆଯାଇଥିଲା।ଏହି ଅଧିବେଶନରେ ଯୋଗଦାନ କରିଥିଲେ ଆଇନଜୀବୀ ଉମାକାନ୍ତ ମହାନନ୍ଦ, ସମ୍ବଲପୁର, ବ୍ୟୋମକେଶ ପରିଡ଼ା, ସାଲେପୁର, ନିତ୍ୟାନନ୍ଦ ଦେହୁରୀ, ବିରଞ୍ଚି ନାରାୟଣ ନାଏକ, କଟକ, ସୁକାନ୍ତ ସାହୁ,କଟକ,ଅଜିତ ମଲ୍ଲିକ,ନିହଲପ୍ରସାଦ,ଅନାମ ଚରଣ ମଲିକ, ଯାଜପୁର,ବ୍ରଜେନ୍ଦ୍ର ମଲିକ, ନୟାଗଡ଼,ସଞ୍ଜୟ ସାଗର, ରେଢ଼ାଖୋଲ, ପଦ୍ମଚରଣ ନାଏକ, ହିନ୍ଦୋଳ,ସୁଚିତ୍ର ସାହୁ, ଢେଙ୍କାନାଳ, ହିମାଂଶୁ ମହାନ୍ତି, ଭୁବନେଶ୍ୱର ପ୍ରମୁଖ ଯୋଗଦାନ କରିଥିଲେ, ରାଜେନ୍ଦ୍ର କୁମାର ଭକ୍ତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସମାପ୍ତ କରିଥିଲେ।



