ସାଇକେଲ ସଭାଯାତ୍ରା

ଆଜି ତା ୩୧.୦୮.୨୦୨୫ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଏକ ସାଇକେଲ ସଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ବିଭିନ୍ନ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ, କ୍ରୀଡାବିତ୍,ବିଭିନ୍ନ ଖେଳସଙ୍ଘ ର କର୍ମକର୍ତ୍ତା,ଅନୁଗୋଳ govt କଲେଜ ର NCC ଛାତ୍ର ଛାତ୍ରୀ ଓ NCC ଅଫିସର ଶ୍ରୀ ରାକେଶ ରଞ୍ଜନ ବେହେରା ଯୋଗ ଦେଇଥିଲେ। ଏହି ପଦଯାତ୍ରା କୁ ଶ୍ରୀ ବିନୋଦ ଚନ୍ଦ୍ର ଦେହୁରୀ କ୍ରୀଡା ଶିକ୍ଷକ ଅନୁଗୋଳ ହାଇସ୍କୁଲ,

ଶ୍ରୀମତୀ ସୁନତି ଦାସ କ୍ରୀଡା ଶିକ୍ଷୟତ୍ରୀ Govt Girls ହାଇସ୍କୁଲ, ଟାଉନ ହାଇସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ,PTC ହାଇସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, ହକି Coach ବାବୁଲା ମହାନ୍ତି, Badminton Coach ବିଶ୍ୱଜିତ୍ ବିଶ୍ବରଂଜନ ଦାସ, Kho Kho Coach ସବ୍ୟସାଚୀ ସାହୁ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ ଙ୍କ ନେତୃତ୍ଵ ରେ ଆଯୋଜିତ ହୋଇଥିଲା। ଏହା ସକାଳ ୭ଟା ସମୟ ରେ ଜଗନ୍ନାଥ ମନ୍ଦିର ପାଖରୁ ଆରମ୍ଭ ହୋଇ ସାପ୍ତାହିକ ହାଟ ଦେଇ କଲେଜ ଛକ ଓ ଥାନା ଛକ ଦେଇ ଷ୍ଟାଡିୟମ ଠାରେ ସମାପ୍ତ ହୋଇଥିଲା।




