ସୁପର ଟାଇଗର କ୍ଲବ ତରଫରୁ ଗଣେଶ ପୂଜା ଉପଲକ୍ଷେ ଅନ୍ନ ସଂଖୁଡି ଓ ଛପନ ଭୋଗ ଲାଗି
ଢେଙ୍କାନାଳ, ୧/୯: ଢେଙ୍କାନାଳ ଟାଉନ ପ୍ଲାନିଂ ଠାରେ ସୁପର ଟାଇଗର କ୍ଲବ ତରଫରୁ ୩୩ ତମ ଗଣେଶ ପୂଜା ଅବସରରେ ଆଜି ଷଷ୍ଠ ଦିବସରେ ଶ୍ରୀ ଗଣେଶଙ୍କ ପାଖରେ ଅନ୍ନ ସଂଖୁଡି ଭୋଗ ଓ ଛପନ ଭୋଗ ଲାଗି କରାଯାଇଥିଲା । ଏହି ପୂଜା ନୀତିକାନ୍ତି ସହ ପ୍ରତ୍ୟେକ ଦିନ ୧୦୮ ଦୀପ ଦାନିରେ ଆଳତି କରାଯାଉଅଛି । ସ୍ଥାନୀୟ ଶମ୍ଭୁ ଗୋପାଳ ମଠ ପ୍ରାଙ୍ଗଣରେ ଏକ ହଜାରରୁ ଉର୍ଦୁ ଭକ୍ତମାନେ ପ୍ରସାଦସେବନ କରିଥିଲେ। ଜିରା ରାଇସ୍, ଡାଲି, ମିକ୍ସ ତରକାରି, ସାଗ, ଓଭଖଟା ଓ କ୍ଷିରୀ ଆଦିକୁ ଭକ୍ତମାନେ ମହା ଆନନ୍ଦର ସହ ସେବନ କରିଥିଲେ । ପୂଜକ – ଭାରତ ଭୂଷଣ ରଥ, କର୍ତା ଦୁଷ୍ମନ୍ତ କୁମାର ବେହେରା, ସଭାପତି ସାଗର ବେହେରା, ସମ୍ପାଦକ ପ୍ରଭାସ ଓଝା ଓ ପ୍ରଶାନ୍ତ ବେହେରା, ରାଜୁ ରାଉତ, ଶ୍ରୀକାନ୍ତ ଓଝା, ସୁମନ୍ତ୍ର ରାଉତ, ଆକାଶ ବେହେରା, କାହ୍ନା ଓଝା, ତୁଷାର କୁମାର ବେହେରା ଓ ସମସ୍ତ କର୍ମକର୍ତା ଉପସ୍ଥିତ ରହି ପୂଜାକୁ ସୁରୁଖୁରୁରେ ପରିଚାଳନା କରୁଛନ୍ତି ।



