ବିଶ୍ଵଶ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଦିବ୍ୟାଙ୍ଗ ଦମ୍ପତିଙ୍କୁ ନୂତନ ଶାଢ଼ୀ ଓ ରାସନ୍ ସାମଗ୍ରୀ ବଣ୍ଟନ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ଉପଲକ୍ଷେ ବିଶ୍ୱଶ୍ରି ପାଢୀଙ୍କ ଜନ୍ମଦିନ ଉପଲକ୍ଷେ କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତର ଦିବ୍ୟାଙ୍ଗ ଦମ୍ପତି ଭୀମସେନ ମୁଣ୍ଡା ଓ ରାଧି ମୁଣ୍ଡାଙ୍କୁ ରାସନ୍ ସାମଗ୍ରୀ ଓ ନୂତନ ଶାଢ଼ୀ ପ୍ରଦାନ କରା ଯାଇଥିଲା।ନା ଅଛି ରୋଜଗାର ନା ଅଛି ରହିବା ପାଇଁ ଘର।ଏକ ଭଗ୍ନ ଘରେ ଦୁଇ ଦିବ୍ୟଙ୍ଗ ସ୍ବାମୀ ସ୍ତ୍ରୀ ଜୀବନ ଜାପନ କରୁଛନ୍ତି।ଭିମସେନ ମୁଣ୍ଡାଙ୍କ ପାଇଁ ସେହି ସ୍ଥାନର ସମାଜସେବୀ ସତ୍ୟବାନ ତାଙ୍କ ପାଇଁ ଦିବ୍ୟାଙ୍ଗ ଭତା ଆବେଦନ କରିଥିଲେ ଓ ଆଗାମୀ ଦିନରେ ସଂଘ ତରଫରୁ ଏକ ଆବାସ ଘର ପାଇଁ ଆବେଦନ କରାଯିବ।



