ଦୁର୍ଗାପୂଜା ପୂର୍ବରୁ ଭୁବନେଶ୍ୱର ସବୁ ରାସ୍ତାଘାଟରେ ଥିବା ଖାଲଖମା ପୂର୍ଣ୍ଣ ହେବ । ରାସ୍ତା ମରାମତି ହେବ । ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କେବଳ କଟକ ଓ ଭୁବନେଶ୍ବର ନୁହେଁ, ସବୁ ମ୍ୟୁନିସିପାଲିଟି ଅଞ୍ଚଳରେ କାମ ହେବ । ମ୍ୟୁନିସିପାଲିଟି ଓ ମ୍ୟୁନିସିପାଲ କର୍ପୋରେସନ ସହ ମିଶି ଆଜିଠୁ କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ୱର ୫୯ ନମ୍ବର ୱାର୍ଡ ଅଫିସ୍ ଓ ଲାଇଟ୍ ହାଉସ୍ ଉଦଘାଟନ କରିଛନ୍ତି ପୂର୍ତ୍ତ ମନ୍ତ୍ରୀ । ପୂର୍ବରୁ ଏହି ୫୯ ନମ୍ବର ୱାର୍ଡରେ ୱାର୍ଡ ଅଫିସ ନଥିଲା । ଏବେ ୱାର୍ଡ ଅଫିସ ହେବାରୁ ୱାର୍ଡବାସୀ ଉପକୃତ ହେବେ । ଉଦଘାଟନ ବେଳେ ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, କମିଶନର ଚଞ୍ଚଲ ରାଣା, ୫୯ ନମ୍ବର ୱାର୍ଡର କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକର, କିଛି ପୂର୍ବତନ କର୍ପୋରେଟର ଓ ସରପଞ୍ଚ ଯୋଗଦେଇଥିଲେ ।ତେବେ ବର୍ତ୍ତମାନ ସୁଦ୍ଧା ୬୭ ୱାର୍ଡ ମଧ୍ୟରୁ ୨୯ଟି ୱାର୍ଡରେ ବିଏମ୍ସି ୱାର୍ଡ ଅଫିସ ପାଇଁ ଜାଗା ନାହିଁ । ତେଣୁ ମୋହନ ସରକାର ୱାର୍ଡ ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବା ପାଇଁ ମନ୍ତ୍ରୀଙ୍କ ସାମ୍ନାରେ ଦାବି ରଖିଥିଲେ । କିଛି ବିଜେଡି ନେତା ଯୋଗ ଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇନଥିଲେ । ଏହାର ଜବାବରେ ସ୍ଥାନୀୟ କର୍ପୋରେଟର କହିଛନ୍ତି ପୋର୍ଟଫୋଲିଓ ଅନୁସାରେ ଡକାଯାଇଥିଲା । ତେଣୁ ଅଶୋକ ପଣ୍ଡାଙ୍କୁ ଡକାଯାଇନାହିଁ ବୋଲି ବିରଞ୍ଚିନାରାୟଣ ମହାସୂପକର କହିଛନ୍ତି
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-23-scaled.jpg)


