କଟକ: ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ପୋଲିସ ଏସ୍ଆଇ (SI of Police) । କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । କଟକ ଜିଲ୍ଲା ବାଙ୍କୀ ଥାନା ଅଧୀନରେ ଥିବା ସୁବର୍ଣ୍ଣପୁର ପୋଲିସ ବିଟ୍ ହାଉସରେ କାର୍ଯ୍ୟରତ ଏସ୍ଆଇ ପ୍ରସନ୍ନ କୁମାର ମାହାଳି(Sri Prasanna Kumar Mohali)ଙ୍କୁ ଗିରଫ କରିଛି କଟକ ଭିଜିଲାନ୍ସ ଟିମ୍ ।
ଧରାପଡ଼ିବା ପରେ ଅଫିସ୍ ସମେତ ପୈତୃକ ଗାଁରେ ଭିଜିଲାନ୍ସ ରେଡ୍ ।ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡ଼ି ଘଟଣାରେ ଜଣଙ୍କଠାରୁ ଲାଞ୍ଚ ନେଉଥିଲେ ଏସ୍ଆଇ ପ୍ରସନ୍ନ କୁମାର ମାହାଳି । ଅଫିସ୍ ଭିତରେ ଲାଞ୍ଚ ନେଇଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ତାଙ୍କୁ ଗିରଫ କରାଯିବା ପରେ କଟକ ସ୍ଥାନାନ୍ତର କରାଯାଇଛି । ଖବର ଅନୁସାରେ, ଏସଆଇ ମାହାଳିଙ୍କ ନାଁରେ ଲାଞ୍ଚ କାରବାର ଅନେକ ଅଭିଯୋଗ ରହିଛି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)
