ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୯ ତାରିଖରେ ପଞ୍ଜାବ ଗସ୍ତ କରିବେ। ପଞ୍ଜାବରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୋଦି। ପଞ୍ଜାବର ସତଲେଜ, ବ୍ୟାସ ଓ ରାଭି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୭୫ ହଜାର ହେକ୍ଟର ଫସଲ ନଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ ରୂପନଗର, ପଟିଆଲା ଓ ଜଳନ୍ଧରର ବନ୍ୟା ପ୍ରଭାବିତ ଗାଁ ପରିଦର୍ଶନ କରି କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିବେ।
ସେ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ସହ ରିଲିଫ ଓ ପୁନର୍ବାସ କାର୍ଯ୍ୟର ସମୀକ୍ଷା କରିବେ। ମୋଦିଙ୍କ ଏହି ପରିଦର୍ଶନ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ ଓ ସମର୍ଥନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏହା ସହିତ, ପ୍ରଧାନମନ୍ତ୍ରୀ ମୋଦି ବନ୍ୟା ପ୍ରଭାବିତ ପଞ୍ଜାବ ପାଇଁ ରିଲିଫ୍ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ଘୋଷଣା କରିପାରନ୍ତି।ରବିବାର, ବିଜେପିର ପଞ୍ଜାବ ୟୁନିଟ୍ ସୋସିଆଲ ମିଡିଆରେ ପୋଷ୍ଟ କରିଛି, ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୯ ରେ ପଞ୍ଜାବର ଗୁରୁଦାସପୁର ଆସୁଛନ୍ତି। ସେ ବନ୍ୟା ପ୍ରଭାବିତ ଲୋକଙ୍କୁ ସିଧାସଳଖ ଭେଟିବେ ଏବଂ ସେମାନଙ୍କ ଦୁଃଖ କଥା ବୁଝିବେ। ଏହା ସହିତ, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯିବ। ବିଜେପି କହିଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ପ୍ରମାଣିତ କରେ ଯେ କେନ୍ଦ୍ରର ବିଜେପି ସରକାର ସର୍ବଦା ପଞ୍ଜାବର ଲୋକଙ୍କ ସହିତ ଠିଆ ହୋଇଛି ଏବଂ ଏହି କଷ୍ଟକର ସମୟରେ ପୂର୍ଣ୍ଣ ସମର୍ଥନ ଯୋଗାଇବ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


