ଯୋଡ଼ା ସହରରେ ଅଗ୍ନିକାଣ୍ଡରେ ଜଳିଗଲା ବିଦେଶୀ ମଦଦୋକାନ
କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ ଦୋକାନ ଗୃହ ରେ ଲାଗିଲା ନିଆଁ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ଷ୍ଟେଟ ବ୍ୟାଙ୍କ ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନ ରେ ଭୟା ଵହ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା l ଆଜି ସକାଳୁ ଏହି ଦେlକାନରେ ଧୂଆଁ ଉଠୁଥିବା ଦେଖି ସ୍ଥାନୀୟ ଲୋକେ ଦେlକାନୀକୁ ଖବର ଦେଇଥିଲେ। ଖବର ପାଇ ଦୋକାନୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ପରେ ଅଗ୍ନି ସମବିଭାଗକୁ ଖବର ଦିଆଯାଇଥିଲା l ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ସୂଚନା ତେବେ କେଉଁ ପରିସ୍ଥିତିରେ ଓ କେମିତି ଉକ୍ତ ଦୋକାନ ଗୃହ ରେ ନିଆଁ ଲାଗିଲା ତାହା ଜଣା ପଡିନଥିବା ବେଳେ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡରେ ଲକ୍ଷ୍ୟାଧିକ ଟଙ୍କାର ମଦ ଜଳିପୋଡ଼ି ନଷ୍ଟ ହୋଇଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଯୋଡ଼ା ପୋଲିସ୍ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା। ତେବେ ଦୋକାନ ଗୃହ ବନ୍ଦ୍ ଥିବାରୁ ଅନ୍ୟକେହି ହତାହତ ହୋଇନଥିବା ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



