କିରାସାସନ ଶ୍ରୀଅରବିନ୍ଦ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠା ଦିବସ
କୁଚିଣ୍ଡା :୯/୯: କୁଚିଣ୍ଡା ବ୍ଲକ କିରା ଶାସନ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ୨୫ ତମ ପ୍ରତିଷ୍ଠା ଦିବସ ଏହାର ପ୍ରଥମ ସାଧାରଣ ବୈଠକର ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ପୂର୍ଣ୍ଣାଙ୍ଗ ଯୋଗର ସାଧକ ଚନ୍ଦନ ସିଂ ନାୟକ,ସୋଭାଗ୍ୟ କୁମାର ପଟେଲ ଓ ସୁନୀତା ଦ୍ବିବେଦୀ ମହାପାତ୍ର ବକ୍ତା ଭାବରେ ଯୋଗ ଦେଇ ପୂର୍ଣ୍ଣାଙ୍ଗ ଶିକ୍ଷା ର ସଡ ବିନିଯୋଗ ଓ ମାତୃ ଭାଷା ମାଧ୍ୟମରେ ଶିକ୍ଷାଦାନ ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମ କୁ ଲକ୍ଷ୍ମଣ କିସାନ ପରିଚାଳନା କରିଥିଲେ ।ଶେଷରେ ଭାରତ ର ଆଧ୍ୟାତ୍ମିକ ପତାକା ଅବତରଣ ଓ ଅଧ୍ୟକ୍ଷ ତେଜରଜ୍ ମହାପାତ୍ର ଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।



