
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଇଣ୍ଡୋର ଷ୍ଟାଡିଅମ ଠାରେ ବ୍ଲକ ସ୍ତରୀୟ ବ୍ୟାଡ଼ମୀଣ୍ଡନ ଚାମ୍ପିୟାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି.. ଏଥିରେ ବ୍ଲକ ର 10ଟି ବିଦ୍ୟାଳୟ ରୁ 50ଜଣ ପ୍ରତିଯୋଗୀ ଭାଗ ନେଇଥିଲେ..ଆଜିର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେସରକାରୀ ଗୋଷ୍ଠୀ ଶିକ୍ଷା ଅଧୂକାରୀ ଦ୍ବିତିକୃଷ୍ଣ ସାହୁ, ସାନମାନିତ ଅତିଥ୍ ଭାବେ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷକୃତିବାସ ନାୟକ ବିଶିଷ୍ଠ କ୍ରୀଡ଼ାବିତ୍ ଶଶୀ କାନ୍ତି ଗଡ଼ନାୟକ,ଓ ଜିଲ୍ଲାକ୍ରୀଡା ଶିକ୍ଷା ବିଭାଗ ଅଧୂକାରୀ ଉମେଶ ସାମଲ ଯୋଗ ଦେଇ ନିଜର ବକ୍ତବ୍ୟ ରଖୁଥିଲେ.ବ୍ଲକ ରୁ ଅଧୂକାଂଶ ଖେଳାଳି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସଫଳତା ପାଇ ଥୂବାରୁ ଷ୍ଟାଡିଅମ ପ୍ରଶିକ୍ଷକ ନିହାର ରଞ୍ଜନ ପଟନାୟକ କୁ ଧନ୍ୟବାଦ ପ୍ରଦାନ କରିଥିଲେ. ଖେଳ ପରିଚାଳନା ରେ ରାଜେନ୍ଦ୍ର ସାମଲ, ଶ୍ରୀଧର ବେହେରା, ଗୁରୁଦା ବିନ୍ଦ ରାଉତ, ଅନୁ ପମା ଭଞ୍ଜ,ସାହାଯ୍ୟ କରିଥିଲେ…




