ଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ
ବଅଁରପାଳ, ୧୪/୯ ବଅଁରପାଳ ବଣିକ ମହାସଂଘ ଓ ସମସ୍ତ ପୂଜା କମିଟ ମିଳିତ ଭାବେ ବଅଁରପାଳ ଥାନା ପରିସରରେ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂ ଙ୍କ ସଭାପତିତ୍ବରେ ଏକ ମିଳିତ ପ୍ରାଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ୧୩ ଟି ପଣ୍ଡାଲ ରେ ମା ଧନଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହେଉଛି, ପୂର୍ବବର୍ଷ ଭଳି ସମସ୍ତ ପ୍ରକାର ବ୍ୟବସ୍ତା କରିବାକୁ ବୈଠକରେ ସହମତି ପ୍ରକାଶ ପାଇଥିଲା । ବିସର୍ଜନ ସମୟରେ କୌଣସି ପ୍ରକାର ଡି.ଜେ ସାଉଣ୍ଡ ଓ ଲେଜର ଲାଇଟ ବ୍ୟବହାର ନକରିବାକୁ ଥାନା ଅଧିକାରୀ ଶ୍ରୀ ସିଂ ସମସ୍ତ ପୂଜା କମିଟ କୁ ପରାମର୍ଶ ଦେବାସହ ପୂଜା ମଣ୍ଡପ ଗୁଡିକ ପରିଷ୍କାର ପରିଚ୍ଛନ୍ନ. ମିଶି କ୍ୟାମେରା ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ, ଏହି ବୈଠକରେ ମହାସଂଘ ସଭାପତି ଉପେନ୍ଦ୍ର ସାହୁ ଖଗେଶ୍ବର ପରିଡା, କୋଷାଧ୍ଯକ୍ଷ ବିଜୟ କୁମାର ସାମଲ ଉପସ୍ଥିତ ଥିଲେ, ସଂଘର ସମ୍ପାଦକ ଅଖିଳ କୁମାର ମହପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
