ବହୁ ଧୁମ ଧାମ ରେ ଶେଷ ହେଲା ପବିତ୍ର ଖଣ୍ଡା ବସା ଯାତ୍ରା

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ …..ଜୁନାଗଡ଼-୧୪/୯(ଆପ୍ର) ମହାଆଡମ୍ବର ଶେଷ ହେଲା ପବିତ୍ର ଖଣ୍ଡା ବସା ଯାତ୍ରା , । ମା ଲଙ୍କେଶ୍ବରୀ ଙ୍କ ବାର ମାସ ରେ ତେର ପର୍ବ ପାଳିତ ହେଉଥିବା ବେଳେ ଖଣ୍ଡାବସା ପର୍ବ ଅନ୍ୟତମ ଶାରଦୀୟ ଦଶହରା ର ଆଗମନ ପ୍ରଥମ ରୁ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୋଇଥାଏ । ଆସ୍ପିନ ମାସ ମୂଳାଷ୍ଟମୀ ମାଙ୍କ ଖଣ୍ଡାବସା ପର୍ବ ହୋଇଥାଏ । ନାଗ ବଂଶୀୟ ରାଜା ମା ଲଙ୍କେସ୍ଵରି ଙ୍କ ଖଣ୍ଡାବସା ପର୍ଵ କେଉଁ ଆବହମାନ କାଳରୁ କରିଆସୁଥିବା ପରମ୍ପରା ଅଦ୍ୟାବଧି ଚାଲି ଆସୁଛି । ଖଣ୍ଡାବସା ପର୍ବ ର ଉଦେଶ୍ୟ ହେଲା କିମ୍ବଦନ୍ତୀ କହେ ଯେ ପୁର୍ବ କାଳ ରେ କଳାହାଣ୍ଡି ମହାରାଜ ଯୁଦ୍ଧ କୁ ଯିବା ପୂର୍ବ ରୁ ଶତ୍ରୁ ଜୟ କରିବା ପାଇଁ ମା ଲଙ୍କେଶ୍ବରୀ ଙ୍କ ଠାରେ ସୁମରଣ କରି ଆସ୍ପୀନ ମାସ ମୂଳାଷ୍ଟମୀ ଦିନ ଦେବୀ ଙ୍କ ପ୍ରତୀକ ସ୍ବରୂପ ପାଟ ଖାଣ୍ଡା କୁ ଷୋଡଶ ଉପଚାର ରେ ୧୬ କୁଣ୍ଡି ଅରୁଆ ଚାଉଳ ଉପରେ ବସାଇ ନିଶା ରାତ୍ର ରେ ତନ୍ତ୍ର, ମନ୍ତ୍ର , ଓ ଯନ୍ତ୍ର ରେ ଗୁପ୍ତ ରୀତି ନୀତି ରେ ପୂଜା କରି ଯୁଦ୍ଧ ପାଇଁ ଯାଉଥିଲେ । ଏବଂ କଳାହାଣ୍ଡି ବାସି ଙ୍କ ସୁରକ୍ଷା, ତଥା ସୁଖ , ଶାନ୍ତି ଓ ରାଜ୍ୟ ରେ ଭଲ ଫସଲ ଅମଳ ଉଦେଶ୍ୟ ରେ ମା ଲଙ୍କେଶ୍ୱରି ଙ୍କୁ ପୂଜା କରୁଥିଲେ ମହାରାଜ ।ତାହା ଆଜି ମଧ୍ୟ ସେହି ପରମ୍ପରା କାଳ କ୍ରମେ ଚାଲି ଆସୁଛି । ଏହି ଖଣ୍ଡାବସା ପର୍ବ ଆସ୍ପିନ ମାସ ମୂଳାଷ୍ଟମୀ ରୁ ମହାଷ୍ଟମୀ ୧୬ଦିନ ଧରି ଚାଲି ଥାଏ। ଆସ୍ପିନ ମାସ ମୂଳାଷ୍ଟମୀ ଏହିଦିନ ସନ୍ଧ୍ୟା ସମୟ ରେ ଜୁନାଗଡ଼ ଡାକ ବଙ୍ଗଳା ଠାରେ ଥିବା ଭଣ୍ଡାରଘରଣୀ ଙ୍କ ଠାରେ ଏକ ଅସ୍ଥାୟୀ କୁଡିଆ ତିଆରି କରାଯାଇଥାଏ ।ସେଠାରେ ମା ଭଣ୍ଡାରଘରଣୀ ଙ୍କୁ ମନ୍ଦିର ସେବାୟତ ପୂଜା କଲାପରେ ପାଖ ରେ ଥିବା ବୁଢ଼ାରଜା ମନ୍ଦିର ରୁ ବୁଢ଼ାରଜା ଙ୍କ ଖଣ୍ଡା ଭଣ୍ଡାରଘରନୀ ନିକଟ କୁ ସେବାୟତ ନେଇ ବିଜେ କରିଥାନ୍ତି । ସେହିଭଳି ମା ଲଙ୍କେଶ୍ବରୀ ଙ୍କ ମନ୍ଦିର ରୁ ମଧ୍ୟ ମା ଲଙ୍କେଶ୍ବରୀ ଙ୍କ ପ୍ରତୀକ ସ୍ବରୂପ , ଜୟା , ଓ ବିଜୟ। ନାମକ ଦୁଇଟି ପାଟ ଖଣ୍ଡା , ଡାକ ବଙ୍ଗଳା ର ଅସ୍ଥାୟୀ କୁଡିଆ ମା ଭଣ୍ଡାରଘରଣି ଙ୍କ ନିକଟ କୁ ବିଜେ କରିଥାନ୍ତି। କଳାହାଣ୍ଡି ର ବିର ବାଦ୍ୟ ଘୁମୁରା , ଜେନା ବାଜା ଢୋଲ , ନିଶାନ , ତାସା ର ତାକେ ତାଳେ ମାଙ୍କ ପ୍ରତୀକ ସ୍ବରୂପ ପାଟ ଖଣ୍ଡା କୁ ମନ୍ଦିର ସେବାୟତ ମାନେ ନେଇ ଆସି ଥାନ୍ତି ।ସେଠାରେ ଜନେ ବଣିଆ ସମ୍ପ୍ରଦାୟ ର ସେବାୟତ ତିନୋଟି ପାଟ ଖଣ୍ଡା କୁ ମାର୍ଜନ କରିଥାନ୍ତି । ଖଣ୍ଡା ସବୁ ମାର୍ଜନ ହେବା ପରେ ପୁଣି ଥରେ ନିଜ ନିଜ ମନ୍ଦିର କୁ ସେବାୟତ ଧରି ବିର ବାଦ୍ୟ ଘୁମୁରା , ଜେନା ବାଜା , ଢୋଲ , ନିଶାନ , ମହୁରୀ , ତାଶା ର ତାଳେ ତାଳେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଗହଣ ରେ ନିଜ ନିଜ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏହା ପରେ କଳାହାଣ୍ଡି ମହାରାଜ ମନ୍ଦିର କୁ ଆଗମନ କରିଥାନ୍ତି । କଳାହାଣ୍ଡି ମହାରାଜ ମନ୍ଦିର କୁ ଆଗମନ କଲା ପରେ ଆମ୍ବୃତ ବେଳା ଦେଖି ଖଣ୍ଡା ଦ୍ୟୁୟ କୁ ୧୬କୁଣ୍ଡୀ ଅରୁଆ ଚାଉଳ ଉପରେ ବସାଇ ଅଖଣ୍ଡ, ଓ ମହାଯୋଗ, ନାମକ ଦୁଇଗୋଟି ପ୍ରଦ୍ବିପ ପ୍ରଜଜ୍ଵଳନ କର।ଯାଏ । ଏହା ପରେ ଗୁପ୍ତ ରୀତି ନୀତି ରେ ମନ୍ତ୍ର , ତନ୍ତ୍ର ଓ ଯନ୍ତ୍ର ରେ ପୂଜାକାର୍ଯ୍ୟ ଚାଲେ । ନିର୍ଘଣ୍ଟ ସମୟ ରେ ଜେନା ଦେବତା ଙ୍କ ନିକଟ ରେ ପଶୁ ବଳି ପଡେ ଓ ଷୋଡଶ ଉପଚାର ରେ ନିଶା ରାତ୍ର ରେ ପୂଜା ସମାପନ ହୁଏ । ଏହି ଅବସରରେ କଳାହାଣ୍ଡି ର ପ ଡ଼ିଶୀ ଜିଲା ନବରଙ୍ଗପୂର୍ , ଛତିଶଗଡ , ରାୟଗଡା , ନୂଆପଡ଼ା , ରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ସମାଗମ ହୋଇଥାଏ। ଖଣ୍ଡାବସା ପର୍ବ ରେ ଦୂର ଦୁରାନ୍ତ ରୁ ଆସିଥିବା ଭକ୍ତ ଙ୍କ ସମାଗମ ରେ ମୁଖରିତ୍ ହୋଇ ଉଠିଥାଏ ମନ୍ଦିର ପ୍ରାଙ୍ଗଣ । ଶ୍ରଦ୍ଧାଳୁ ଭକ୍ତ ମା ଙ୍କ ଦିବ୍ୟ ଦର୍ଶନ ଲାଭ କରି ସାରିବା ପରେ ଆୟୋଜିତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ର ଭରପୁର ମଜା ନେଇଥାନ୍ତି । କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




