ବଦଳିଛି ସରକାର, ବଦଳିଛନ୍ତି ବିଧାୟକ କିନ୍ତୁ ବଦଳିନି ଝିଙ୍କାରିଆଗ୍ରାମ, କାହିଁକି ଅଣଦେଖା କରୁଛନ୍ତି ସରକାର ଗ୍ରାମବାସୀ ଙ୍କ ମନରେପ୍ରଶ୍ନ ?

କଟକ ସଦର ତା ୧୪-୦୯-୨୦୨୫ ରିଖ କଟକ ସଦର ବ୍ଲକ ବ୍ରହ୍ମ ପୁର ପଞ୍ଚାୟତ ଅନ୍ତର୍ଗତ ଝିଙ୍କାରିଆ ଗ୍ରାମର ବାସିନ୍ଦାମାନେ ନାହଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ବୋଲି ଆଜି କ୍ଷ୍ଯବ ପ୍ରକାଶ କରିଛନ୍ତି। ମାତ୍ର କଟକ ସହରର ଠାରୁ ଦୁଇ କିଲୋମିଟର ବେବଧାନ ମଧ୍ୟରେ ଏହି ଗ୍ରାମଟି ପଡିଥାଏ। କିନ୍ତୁ ଭାଗ୍ୟର ବିଡମ୍ବନା ଯେ ଏପର୍ଯ୍ୟନ୍ତ ରାସ୍ତା ଉପରେ ଆଠୁଏ ଲେଖା ପାଣି ଭିତରେ ଯିବା ଆସିବା କରୁଥିବାରୁ ଦୃର୍ଘଟଣା ସମସ୍ୟା ଦେଖାଦେଉଛି। ପିଇବା ପାଇଁ ପାନୀୟ ଜଳ ଦୂଷିତ ପାଣି ପାଇପ୍ ଦ୍ବାରା ଆସୁଥିବାରୁ ଗ୍ରାମବାସୀଙ୍କ ଅଭିଯୋଗ କରିଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବା ସମୟରେ ଆଜି ରାସ୍ତା ଉପରେ ପାଣି ଜମି ରହିଥିବାରୁ ବିଦ୍ୟାଳୟକୁ ପିଲା ମାନେ ଯିବା ପାଇଁ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳର ସରପଞ୍ଚ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏହି ବିଷୟରେ ପଚାରିଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯିବାର ଦେଖିବାକୁ ମିଳୁନାହିଁ। ତାଙ୍କ ଉତ୍ତର ସବୁବେଳେ ସବୁସମୟରେ ଆଗାମୀ ଦିନରେ କାର୍ଯ୍ୟପନ୍ଥା ଠିକ୍ ସମୟରେ ହୋଇ ଯିବ। ଏହିଭଳି ପରିସ୍ଥିତିରେ ଝିଙ୍କାରିଆ ଗ୍ରାମର ବାସିନ୍ଦାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଟକ ସଦର ଅଞ୍ଚଳରେ ଥିବା ଅନେକ ଗ୍ରାମର ଉନ୍ନୟନ କାର୍ଯ୍ୟ ଉଚ୍ଚ କୋଟିର ଥିବା ସମୟରେ କାହିଁକି ଆମ ପଞ୍ଚାୟତ ଆମ ପ୍ରତି ସାବତ ପୁଅ ଭଳି ଅଣଦେଖା କରାଯାଉଛି। ଆଜି ଏହି ପରିପ୍ରେକ୍ଷୀରେ ଝିଙ୍କାରିଆ ଗ୍ରାମର ସାହି ଅଧିକାରୀ ଚିନ୍ମୟ ଦେବତା,ମହନ୍ତ ଦୁଷ୍ମନ୍ତ ନନ୍ଦ,ସୁକାନ୍ତ କୁମାର ଦେବତା,ଅଜୟ କୁମାର ଦେବତା,ପତନ କୁମାର ଦେବତା,ସହିତ ଅନେକ ଗ୍ରାମର ଗ୍ରାମବାସୀ ମାନେ ପ୍ରଶାସନ ଉପରେ ଦାବି କରିଛନ୍ତି।




