
କଟକ ସିଟି ଇଂଜିନିୟରସ କ୍ଲବ ତରଫରୁ 58 ତମ ଇଂଜିନିୟରସ ଦିବସ ପାଳିତ, ଆଜି ଶ୍ରୀରାମ ଚନ୍ଦ୍ର ଭବନ ଠାରେ 58 ତମ ଇଂଜିନିୟରସ ଦିବସ ମହାସମାରୋହ ପାଳିତ ହୋଇଯାଇଛି,ଏହି କ୍ଲବର ସଭାପତି ଇଂ ତାପସ ଚନ୍ଦ୍ର ସାମନ୍ତଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ଇଂ ଡକ୍ଟର ନୂତନ କୁମାର ଦାସ,ପ୍ରାକ୍ତନ ଜଳସେଚନ ବିଭାଗର ମୂଖ୍ୟ ମୂଖ୍ୟ ବକ୍ତା ଭାବରେ ଇଂ ହେମନ୍ତ କୁମାର ପାଣ୍ଡବ,ଅତିରିକ୍ତ ମୂଖ୍ୟ ଯନ୍ତ୍ରୀ ଇଷ୍ଟରଣ ସର୍କଲ 1,କଟକ ପ୍ରମୁଖ ଯୋଗଦେଇଥିଲେ,ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ କରି ଏହି ସଭାର ଶୁଭାରମ୍ଭ କରିଥିଲେ,ପରେ ବନ୍ଦେ ଉତ୍କଳ ଜନନୀ ଗାୟନ କରାଯାଇଥିଲା,ଏଥିରେ ଇଂ ନିତ୍ୟାନନ୍ଦ ମିଶ୍ର ସ୍ୱାଗତ ଭାଷଣ ସହିତ ଅତିଥି ମାନଂକର ପରଚୟ ପ୍ରଦାନ କରିଥିଲେ,ପ୍ରlକ୍ତନ ଯନ୍ତ୍ରୀ ମୂଖ୍ୟ ତଥା ମୂଖ୍ୟ ଶାସନ ସଚିବ ଇଞ୍ଜିନିୟର ଗୋପାଳ କୃଷ୍ଣ ବେହେରା 58 ତମ ଇଂଜିନିୟର୍ସ ଦିବସ ପାଳନ ଉଦେଶ ଓ ଭାରତ ରତ୍ନ ସାର ଏମ ବିଶ୍ୱେଶରାଏ ଙ୍କ ଜୀବନୀ ଓ କାର୍ଯ୍ୟବଳି ସମ୍ପର୍କରେ ଆଲୋକପାତ କରିଥିଲେ,ସାଧାରଣ ସମ୍ପାଦକ ଇଂ ରମାକାନ୍ତ ପ୍ରଧାନ ବିବରଣୀ ପାଠ କରିଥିଲେ,ମୁଖ୍ୟ ଅତିଥିଙ୍କ ଦ୍ୱାରା କ୍ଲବର ସ୍ୱତନ୍ତ୍ର ବୁଲେଟିନ ଇଂଜିନିର୍ସ ଭଏସ 2025 ଉନ୍ମୋଚନ ହୋଇଥିଲା,ମୂଖ୍ୟ ବକ୍ତା ଯନ୍ତ୍ରୀ ମାନେ ଆରମ୍ଭରୁ ପ୍ରକଳ୍ପ ଗୁଡିକରେ ସଠିକ ଆକଳନ ତଥା ସ୍ଥିରା କୃତ ସମୟରେ ଶେଷ କରିବା ସହିତ ଆଧୁନିକ ଯନ୍ତ୍ର ଦ୍ୱାରା କାର୍ଯ୍ୟ ସମାପନ କରିବା ପାଈଁ ଆହ୍ୱାନ ଦେଇଥିଲେ,କ୍ଲପ ରେ 15 ଜଣ ନୂତନ ଆଜୀବନ ସଦସ୍ୟ ମାନଂକ ପରିଚୟ ପ୍ରଦାନ କରାଯାଇଥିଲା,ସଭାପତି ଇଂ ସାମନ୍ତ କ୍ଲବର ଉନତି ହେବ ବୋଲି ସବୁ ସଦସ୍ୟ ମାନଙ୍କ ସହଯୋଗ କାମନା କରିବାକୁ କହିଥିଲେ,ଇଂ ଦେବି ପ୍ରସାଦ ମିଶ୍ର ଅତିଥି ମାନଂକୁ ସମ୍ବର୍ଦ୍ଧିତ କରିଥିଲେ,ପୂର୍ବତନ ସଭାପତି ଯାଦୁନାଥ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ,ଇଂ ମୁବାସାର ଅହମଦ,ତପନ ପଟନାୟକ, ଜର୍ଜ ପଟନାୟକ, ସୁବ୍ରତ କୁମାର ସାହା, ମିହିର ବାରିକ ଅକ୍ଷୟ ବଡ଼ଜେନା ପ୍ରମୁଖ ସଭା ପରିଚାଳନା ରେ ସହଯୋଗ କରିଥିଲେ



