୧୦ଲକ୍ଷଟଙ୍କାର ହେରୋଇନ୍ ଜବତ ୨ଗିରଫ
ତାଳଚେର, ୧୮/୦୯ ତାଳଚେର ଅବକାରୀ ନିରୀକ୍ଷକ ଉମାକାନ୍ତ ସ୍ୱାଇଁ ସମଲ ଥାନା ଅନ୍ତର୍ଗତ ପରାବିଲ ନିକଟରେ ଚଢ଼ାଉ କରି ଦେବାନନ୍ଦ ଦେହୁରୀ (୩୪)ଙ୍କ ଠାରୁ ୬୭ଗ୍ରାମ ହେରୋଇନ୍ ୫ହଜାର ୨ଶହ ଟଙ୍କା, ଗୋଟିଏ ବଜାଜ ପଲସର୍ ନଂ- ଓଡ଼ି ୩୫ଇ-୬୬୩୬ ଓ ଗୋଟିଏ ମୋବାଇଲ ଜବତ କରିଛନ୍ତି । ସେହିପରି ତାଳଚେର ଅବକାରୀ ଥାନା ଅଧିକାରୀ ହାତିଆ ବେହେରା ଓ କର୍ମଚାରୀ ତାଳଚେର ଥାନା ଅନ୍ତର୍ଗତ କଣ୍ଢାଳ ରାସ୍ତାରେ ଚଢ଼ାଉକରି ପରାବିଲ ଗ୍ରାମର ତାପସ ପ୍ରଧାନଙ୍କ (୩୫)ଙ୍କ ଠାରୁ ୩୭ଗ୍ରାମ ହେରୋଇନ, ଗୋଟିଏ ହିରୋହଣ୍ଡା ସ୍ପେ୍ଲଣ୍ଡର ନଂ -ଓଆର ୧୯-୨୧୨୧ ଓ ଏକ ଭିଭୋ ମୋବାଇଲ ଜବତ କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ଏହି ଜବତ ହୋଇଥିବା ହେରୋଇନ ମୂଲ୍ୟ ପ୍ରାୟ ୧୦ଲକ୍ଷ ୪ହଜାର ଟଙ୍କା ହେବ ବୋଲି କୁହାଯାଉଛି । ଏହି ଚଢ଼ାଉରେ ଏସଆଇ ମାନସ ରଞ୍ଜନ ପ୍ରଧାନ, ସରୋଜ ସାହୁ, ପପୁଲ ପ୍ରଧାନ, ବିଜୁଳି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।



