କୋଇଲା ଖଣିରେ ମୃତାହତ ଠିକା ଶ୍ରମିକଙ୍କ ପରିବାରକୁ ୨୫ ଲକ୍ଷଟଙ୍କା ସହାୟତା ରାଶି ମିଳିବ
ତାଳଚେର, ୧୮/୦୯ କୋଇଲା ଖଣିରେ କାର୍ଯ୍ୟରତ ମୃତାହତ ଠିକାଶ୍ରମିକମାନଙ୍କୁ ୧୫ଲକ୍ଷ ପରିବର୍ତେ ଏବେ ୨୫ଲକ୍ଷର ଅନୁକମ୍ପା ମୂଳକ ସହାୟତା ରାଶି ତାଙ୍କର ପରିବାରକୁ ପ୍ରଦାନ କରାଯିବ ବୋଲି କୋଇଲା ମନ୍ତ୍ରାଳୟ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ସେପ୍ଟେମ୍ବର ୧୭ରେ ପ୍ରକାଶ ପାଇଛି ବୋଲି ମିଡ଼ିଆସେଲ ପର୍ଶୁରାମ ବାରିକ ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ୨୦୧୯ରେ ତାଳଚେର ଭରତପୁର ଖଣିରେ ଏକ ବଡ଼ଧରଣର ଦୁର୍ଘଟଣା ଘଟି ବହୁ ଶ୍ରମିକ ମୃତାହତ ହୋଇଥିଲେ । ସେହି ସମୟରେ କୌଣସି ଶ୍ରମିକ ନେତା ସଂଗଠନ ଶ୍ରମିକଙ୍କ ପାଇଁ ସ୍ୱର ଉତୋଳନ କରିନଥିବା ବେଳେ ବିଜେପି ନେତା କାଳନ୍ଦୀ ସମାଲ ଶ୍ରମିକଙ୍କ ହିତରେ ପାଇଁ ସେ ସମୟରେ ଦୀର୍ଘ ୭ଦିନ ପର୍ଯ୍ୟନ୍ତ ଖଣି ବନ୍ଦ କରିଥିଲେ ବୋଲି ଶ୍ରୀ ବାରିକ ଏହା କହିଛନ୍ତି । ଶେଷରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଳାଦ ଯୋଶୀ ତାଳଚେର ଆସି ଠିକାଶ୍ରମିକଙ୍କ ମୃତ୍ୟୁରେ ୧୫ଲକ୍ଷ କ୍ଷତିପୂରଣ ଘୋଷଣା କରିଥିଲେ । ଏହାପରେ କୋଲଇଣ୍ଡିଆ ଏହାକୁ ୨୫ଲକ୍ଷ ଅନୁକମ୍ପା ରାଶି ଘୋଷଣା କରିଥିବାକୁ ନେଇ ବିଜେପି ତଥା ଶ୍ରମିକ ମାନଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କୋଇଲାମନ୍ତ୍ରୀ ଡ଼ି କିଷାନ ରେଡ୍ଡି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କାଳନ୍ଦି ସାମଲଙ୍କୁ ଧନ୍ୟବାଦ୍ ଦେଇଛନ୍ତି ।



