ଜିଲ୍ଳା କିଷାନ କଂଗ୍ରେସ୍ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ
ତାଳଚେର, ୧୮/୦୯ ଅନୁଗୋଳ ଜିଲ୍ଳାକୁ ଅନେକ ସମୟରେ ସାର ଯୋଗାଣରେ ବହୁ ସମସ୍ୟା ସୃଷ୍ଟି ହେଉଛି । ଜିଲ୍ଳାର ଗୋଟିଏ ର୍ୟାକ ପଂଏଟ୍ ସ୍ଥାପନ କରାଯିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଏହା ବ୍ୟତୀତ ଚାଷୀଙ୍କୁ ଠିକଣା ସମୟରେ ସାର ଯୋଗାଇ ଦେବାସହ ଚଢ଼ା ଦରରେ ବିକ୍ରି କରୁଥିବା କଳାବଜାରି ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ଅଖିଳ ଭାରତୀୟ କଂଗ୍ରେସ୍ ରାଷ୍ଟ୍ରିୟ ସଂଯୋଜକ ଅମୀୟ ପଟ୍ଟନାୟକ, ଜିଲ୍ଳା କିଷାନ କଂଗ୍ରେସ୍ର ପୂର୍ବତନ ସଭାପତି ଦାସରଥି ସାହୁ ରାଜଭବନକୁ ଯାଇ ସ୍ମାରକ ପତ୍ରରେ ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ପରମାନନ୍ଦ ବେହେରା, ପ୍ରମୋଦ ବେହେରା ଓ ସୁଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଏକ ପ୍ରେସ ବିଜ୍ଞପ୍ତ ମାଧ୍ୟରେ ଏହା ଶ୍ରୀ ସାହୁ ଜଣାଇଛନ୍ତି।



