” *ପଶ୍ଚିମ ଓଡିଶା ପବିତ୍ର ପୀଠ ନୃସିଂହନାଥରେ ଦ୍ଵିତୀୟ ବର୍ଷ ନୁଆଁଖାଇ ଭେଟଘାଟ ପାଳନ କଲା ସଂଯୁକ୍ତ କୃଷକ ସଂଗଠନ”*

ବରଗଡ:୧୮/୯(ପବିତ୍ର ମେହେର) ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ପଶ୍ଚିମ ଓଡିଶାର ପବିତ୍ର ପୀଠ ନୃସିଂହନାଥ ସ୍ଥିତ ରାମଚଣ୍ଡୀ ମନ୍ଦିରଠାରେ ସଂଯୁକ୍ତ କୃଷକ ସଂଗଠନ ତରଫରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପ୍ରଗତିଶୀଳ ୧୭ ଗୋଟି କୃଷକ ସଂଗଠନର ୪୦୦ ପ୍ରତିନିଧି ଯୋଗ ଦେଇଥିଲେ। ସଭାରେ ପ୍ରଥମେ ମାଁ ରାମଚଣ୍ଡୀ ଏବଂ ସମଲେଶ୍ୱରୀ ଦେବୀଙ୍କୁ ଆରାଧନା କରି ସଭା ଆରମ୍ଭ କରାଯାଇଥିଲା । ବୈଠକରେ ୧୦୯ ବର୍ଷିଆନ ଶ୍ରୀପତି ପଧାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଧାନ ପଞ୍ଜିକରଣକୁ ତୁରନ୍ତ ଆରମ୍ଭ କରିବା, ସୁଲଭ ମୂଲ୍ୟରେ ରାସାୟନିକ ସାର ଯୋଗାଇ ଦେବା, ମାଣ୍ଡିଆଢିପା ଠାରେ ପୂର୍ବ ସରକାରଙ୍କ ଦ୍ୱାରା ଘୋଷିତ ଆଡିବନ୍ଧଙ୍କୁ ତୁରନ୍ତ କାର୍ଯ୍ୟକାରୀ କରିବା ,ଖାଦ୍ୟର ଗୁଣବତ୍ତା ବଜାୟ ରଖିବା ପାଇଁ ସମସ୍ତେ ପ୍ରାକୃତିକ ବା ଜୈବିକ ଚାଷ କରିବାଏବଂ ବରଗଡ଼ ଜିଲ୍ଲାକୁ କୃଷି ଜିଲ୍ଲା ଭାବରେ ଘୋଷଣା କରି ଜିଲ୍ଲାରେ କୃଷି ବିଶ୍ଵ ବିଦ୍ୟାଳୟ ସ୍ଥାପନ କରିବା ଓ ଚାଷୀମାନଙ୍କୁ ସଂଗଠିତ କରି ହକ ଅଧିକାର ପାଇଁ ଗାଁ ଗାଁ ରେସଚେତନତା ସୃଷ୍ଟି କରିବା ଆଦି ପ୍ରସ୍ତାବ ସର୍ବ ସମ୍ବତ କ୍ରମେ ପାରିତ କରାଗଲା। ଏହି କାର୍ଯ୍ୟକ୍ରମରେ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ଅଶୋକ ସାହୁ, ଅଜିତ ଶତପଥୀ, ଉତ୍ପନ୍ନ ଭୋଇ, ରାଜେନ୍ଦ୍ର ଦେହେରୀ, ଅଭିମନ୍ୟୁ ପଧାନ, ଥବିର ସାହୁ, ସୁବାସ ବିଶ୍ୱାଳ, ଟିକେଲାଲ ମିଶ୍ର, ସୁଦାମ ପାତ୍ର, କରଣ ସାହୁ, ତପନ ମିଶ୍ର, ସୁବାସ ପଧାନ, ସାମନ୍ତ ସାହୁ, ମୁରଲୀ ଭୋଇ, ଅରବିନ୍ଦ ପଣ୍ଡା, ବୀରବଲ ମହାକୁଡ଼, ବୈଲୋଚନ ଭୋଇ, ବିଚିତ୍ରାନନ୍ଦ ପାତ୍ର, ରୋହିତ ପଧାନ ବକ୍ତବ୍ୟ ରଖିଥିବା ବେଳେ ଭୋଜନ ବ୍ୟବସ୍ଥାରେ ଚିତ୍ତରଞ୍ଜନ ପଧାନ, ମନୋଜ ବାରିକ,ଦୀନବନ୍ଧୁ ବାରିକ ସକ୍ରିୟ ସହଯୋଗ କରିଥିଲେ ।ଶେଷରେ ଲିଙ୍ଗରାଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।



