“ପଶ୍ଚିମ ଓଡ଼ିଶାର ବିଶିଷ୍ଟ ମୃଦଙ୍ଗ ବାଦକଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ଓ ସମ୍ବର୍ଦ୍ଧନା ସଭା”
ବରଗଡ଼:୧୯/୫(ପବିତ୍ର ମେହେର) ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ପାର୍ବତୀ ଗିରି ବୃଦ୍ଧାଶ୍ରମ,ସମଲାଇପଦର ରେ ସ୍ବର୍ଗତ ଭିଖାରୀ ଚରଣ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ସ୍ୱର୍ଗତ ସୁବର୍ଣ୍ଣ ମିଶ୍ର ଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି।ଆଶ୍ରମ ର ଅନ୍ତେବାସୀ,ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଉପସ୍ଥିତି ରେ ସ୍ଥାନୀୟ ତହସିଲଦାର୍ ମୁକ୍ତେଶ୍ଵର ପାଣି ଗ୍ରାହୀ,ସାମ୍ବାଦିକ ନବୀନ କୁମାର ଦାଶ,ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ଯୋଗ ଦେଇ ଦିବଂଗତ ଆତ୍ମା ଙ୍କର ସଦଗତି ନିମନ୍ତେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ସର୍ବ ପ୍ରଥମେ ସ୍ବର୍ଗତ ମିଶ୍ରଙ୍କ ପୁତ୍ର ଆକାଶ ପ୍ରସାଦ ମିଶ୍ର,ପୁତ୍ରବଧୂ ଅନୁସୁୟା ଦେବତା,କାମାରୀ ପ୍ରସାଦ ମିଶ୍ର ଓ ପୁତ୍ରବଧୂ ଲିଲି ମିଶ୍ର ଦିବଂଗତ ଆତ୍ମା ଙ୍କ ତୈଳ ଫଟୋ ଚିତ୍ରରେ ଧୂପ ଦ୍ଵୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଅନ୍ତେବାସୀ ଙ୍କ ପାଦ ଧୌତ ପୂର୍ବକ ଫୁଲ,ଚନ୍ଦନ ଦେଇ ଅଙ୍ଗ ବସ୍ତ୍ର ପ୍ରଦାନ କରି ଆଶୀ ର୍ବାଦ ଭିକ୍ଷା କରିଥିଲେ।ସ୍ବର୍ଗତ ମିଶ୍ର ଆଜି ନାହାନ୍ତି,କିନ୍ତୁ ଏବେ ବି ସେ ଅଞ୍ଚଳ ର କଳାକାର ମାନଙ୍କ ହୃଦୟରେ ବଞ୍ଚିରହିଛନ୍ତି ।ଜଣେ ସୁପରିଚିତ କଳାକାର, ଜଣେ ଆଦର୍ଶ କର୍ତ୍ତବ୍ୟ ଶିକ୍ଷକ ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଏବଂ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ରେ ଦ୍ଵିତୀୟ କୃଷ୍ଣ ଭୂମିକାରେ ଅଭିନୟ କରି ସ୍ବର୍ଗତ ମିଶ୍ର ତାଙ୍କର ନିପୁଣ କଳାକାରିତା ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା।ତାଙ୍କର ପୁତ୍ରବଧୂ ଶ୍ରୀମତୀ ଦେବତା ତାଙ୍କର ସ୍ମୃତିଚାରଣ କରି କଳା ଓ ଶିକ୍ଷା ର ଅନ୍ୟତମ ପୂଜାରୀ ଥିଲେ ବୋଲି କହିଥିଲେ । ଏହି ଅବସରରେ ଆଜି ଚାରି ଜଣ ସଙ୍କୀର୍ତ୍ତନ କଳାକାର ବାହାକ ବିରେନ୍ଦ୍ର ମଲ୍ଲିକ,ଗାୟକ ଜୟସିଂ ସାହୁ,ଭୁବନ ଭୁଏ, ସମଲାଇ ପଦର୍ ଉପର ପଡା ସଙ୍କୀର୍ତ୍ତନ ଦଳ ପ୍ରମୁଖ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସଙ୍କୀର୍ତ୍ତନ “କଳା ସମ୍ମାନ” ରେ ସମ୍ବର୍ଦ୍ଧିତ କରାଯାଇଥିଲା।ସଙ୍କୀର୍ତ୍ତନ ଦଳ ମାନଙ୍କ ଦ୍ଵାରା ସଙ୍କୀର୍ତ୍ତନ ପରିବେଷଣ କରାଯାଇଥିଲା।ହେବା ସହ ପରିଶେଷରେ ଅନ୍ତେବାସୀ ଙ୍କ ସହ ସମସ୍ତେ ଅନ୍ନ ପ୍ରସାଦ ଗ୍ରହଣ କରି ସୁଭାଷିର୍ବାଦ ନେଇଥିଲେ।



