“ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ନ ହେବାରୁ ଦେକୁଳବା ଆର ଆଇ ଅଫିସରେ ତାଲା ଠୁଙ୍କି ଧାରଣାରେ ଚାଷୀ”
ବରଗଡ:୨୦/୯(ପବିତ୍ର ମେହେର) ବରଗଡ ଜିଲ୍ଲା ଭେଡେନ ଅନ୍ତର୍ଗତ ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ନ ହେବାରୁ ଦେକୁଳବା ଆରଆଇ ଅଫିସରେ ଚାଷୀମାନେ ତାଲା ପକାଇ ଧାରଣା ରେ ବସିଲେ। ଏଠାରେ ପ୍ରକାଶ ଥାଉକି ଚଳିତ ଖରିଫ ଋତୁରେ ଧାନ ବିକ୍ରି କରିବା ପାଇଁ ଚାଷୀମାନଙ୍କ ଜମି ଜୁଲାଇ ୧୮ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୦ତାରିଖରେ ଚାଲିଥିଲା। ପରେ ଆନ୍ଦୋଳନ ହେବାରୁ ୨୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହେଲା ଏବଂ ୩୦ ତାରିଖ ପର୍ଯ୍ୟନ୍ତ ଯେଉଁମାନେ କାଗଜପତ୍ର ଦେଇଥିବେ ସେମାନଙ୍କ ଡକୋମେଣ୍ଡେସନ ୩୦ ସୁଦ୍ଧା ହେବ ବୋଲି ଚିଠି କରାଯଇଥିଲା। ହେଲେ ନେଟ ବନ୍ଦ କରିଦେବା କାରଣରୁ ଭେଡେନ ବ୍ଲକ ରେମଣ୍ଡା ସୋସାଇଟି ରେ ୫୦୦ ରୁ ଉର୍ଦ୍ଧ୍ୱ ଚାଷି ସମସ୍ତ ଆବଶ୍ୟକ କାଗଜପତ୍ର ଦେଇଥିଲେ ସୁଦ୍ଧା ପଞ୍ଜିକରଣ ହୋଇ ପାରିଲା ନାହିଁ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଯୋଗ୍ୟ ଚାଷୀ ନିଶ୍ଚିତ ପଞ୍ଜିକରଣ କରିପାରିବେ ତା ଛଡା ଅନ୍ୟ କୌଣସି ଉତ୍ତର ନାହିଁ। ତେଣୁ ଆଜି ସହରାଟିକିରା ମଣ୍ଡିର ଚାଷୀମାନେ ଅନିର୍ଦ୍ଧିଷ୍ଟ କାଳପାଇଁ ଆରଆଇ ଅଫିସ ରେ ତାଲା ଠୁଙ୍କିଲେ ଚାଷୀ ଚାଷୀ ମହଲରେ ଆସନ୍ତୋଷ କାର୍ଯ୍ୟକଳାପ ଶୂନ l



