କାଶିପାଲି ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଟଲି :– ଭଟଲି ବ୍ଲକର ନାରଙ୍ଗପୁର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାଶିପାଲି ପରିସରରେ ଚଳିତ ବର୍ଷ ପ୍ରଥମ କରି ବିଦ୍ୟାଳୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳିର ବିକାଶ କରିବା ସକାଶେ *ମୋ ସ୍ଵପ୍ନ ର ଓଡିଶା ୨୦୩୬* ଭାବାବେଗ କୁ ନେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପବିତ୍ର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଶାନ୍ତି କମିଟିର ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଗୌନ୍ତିଆଣୀ ଶ୍ରୀମତି ବିଦୁମୁଖି ମହାପାତ୍ର ଯୋଗଦାନ କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୁଦାମ ସେଟ ସ୍ବାଗତ ଭାଷଣ ଦେଇଥିବା ବେଳେ ସହକାରୀ ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଶ୍ରୀଯୁକ୍ତ ଜପ ସାହୁ ମଞ୍ଚାସୀନ ଥିଲେ।ବିଦ୍ୟାଳୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମର ପ୍ରାରମ୍ଭରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, ସଙ୍ଗୀତ, କୁଇଜ, ସୃଜନଶୀଳ ଲିଖନ, ହସ୍ତାକ୍ଷର, ମଧ୍ୟାହ୍ନ ଭୋଜନ ଚିତ୍ରକଳା, ଶିଳ୍ପକଳା ଏବଂ ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀ ବିଭାଗରେ ଗଣିତ କୁଇଜ୍, ଗଳ୍ପ କଥନ, ଅଙ୍କ ଦୌଡ ଓ ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା। ପରେ ଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ଦ୍ଵିତୀୟାର୍ଧ୍ୱରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଗୁପ୍ତଚନ୍ଦ୍ର ରାଏ ଓ ପରିଚାଳନା କମିଟି ସଦସ୍ୟ ରମେଶ ପଧାନ , ଡୋଳାମଣି ମହାପାତ୍ର, ମଣିଲାଲ ଭୁଏ ପ୍ରମୁଖ ଯୋଗଦାନ କରି କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଗ୍ରାମ୍ୟ ଶାନ୍ତି କମିଟିର ସମ୍ପାଦକ ସୁବୋଧ ପଧାନ, ବିରାଟ ପଟେଲ, ଲବ ସାହୁ, ନିର୍ମଳ ପଧାନ, ସୁଧୀର ପଧାନ, ଲକ୍ଷ୍ମଣ ସାହୁ ସହଯୋଗ କରିଥିଲେ। ସହକାରୀ ଶିକ୍ଷକ ଗୋବିନ୍ଦ ବାଗ, ଦେବପ୍ରସାଦ ବାଗ, ନେହେରୁ ପାଇକ, ଶିକ୍ଷୟିତ୍ରୀ ସୁନୀତା ମହାପାତ୍ର ପ୍ରତିଯୋଗିତା ପରିଚାଳନା କରିଥିଲେ। ଶେଷରେ ଚାଷୀନେତା ଶ୍ରୀଯୁକ୍ତ ମାନଭଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।



