ଦ୍ଵାରୀ କାଶିପାଲି ଦୁର୍ଗା ମନ୍ଦିରରେ କଳସ ଯାତ୍ରା ଅନୁଷ୍ଠିତ

ଭଟଲି (ଅଭିମନ୍ୟୁ ପଧାନ):- ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ଦ୍ବାରୀ ଗ୍ରାମ ପଞ୍ଚାୟତରେ ଥିବା କାଶିପାଲି ଦୁର୍ଗା ମନ୍ଦିରରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏହି କଳସ ଯାତ୍ରା ରେ କଲମୀ ଗ୍ରାମର କିଶୋର ନାୟକ ତାଙ୍କ ଧର୍ମପତ୍ନୀ ଅନୁପମା ନାୟକ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ପଣ୍ଡିତ ଦିଲ୍ଲୀପ କୁମାର ଦାଶ ଓ ଗୈାର ଚନ୍ଦ୍ର ପଣ୍ଡା ପୂଜକ ଦାୟିତ୍ଵ ନିର୍ବାହ କରିଛନ୍ତି । ସଙ୍କୀର୍ତ୍ତନ ଘଣ୍ଟ ଶଙ୍ଖ ହୁଳହୁଳି ଦେଇ ସହସ୍ରାଧିକ ମହିଳା କଲମୀ ଗ୍ରାମର ପୋଖରୀ ରୁ ପୂର୍ଣ୍ଣ କଳସ ଧରି ସୋଭାଯାତ୍ରା ରେ ବାହାରି ଦ୍ଵାରୀ କାଶିପାଲି ସ୍ଥିତ ଦୁର୍ଗା ମନ୍ଦିର ନିକଟରେ ଜଗତ୍ ଜନନୀ ମାଁ ଦୂର୍ଗା ଙ୍କ କଳସ ସ୍ଥାପନ କରିଥିଲେ । ଏହି ଉତ୍ସବ ରେ ଦୂର୍ଗା ମନ୍ଦିର ଟ୍ରଷ୍ଟ ବୋର୍ଡ ର ସମସ୍ତ ସଭ୍ୟ ସଭ୍ୟା,ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଆସି ସହଯୋଗ କରିଥିଲେ । କଳସ ସ୍ଥାପନ ପରେ ଆନନ୍ଦର ସହ ସମସ୍ତ ଭକ୍ତ ଅନ୍ନଭୋଗ ଗ୍ରହଣ କରିଥିଲେ ।



