ଢ଼େଙ୍କାନାଳ: କୁଞ୍ଜ କାନ୍ତ ଠାରେ ମା ବନ ଦୁର୍ଗା ଙ୍କ ପୀଠ ରେ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି। ସକାଳୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ପ୍ରକାର ଫୁଲ ହାର ,ବିଭିନ୍ନ ପ୍ରକାରର ଭୋଗ ଲାଗି ହେବ। ମଧ୍ୟାହ୍ନ ସମୟ ରେ ମହାସ୍ନାନ କରାଯାଇ ଶୈଳପୁତ୍ରୀ ବେଶ ଅନୁଷ୍ଠିତ ହୋଇଥିଲା। ଆଜି କଳସ ଯାତ୍ରା କରାଯାଇ ମା ଙ୍କ ଅଧିବାସ ପୂଜା ଆରମ୍ଭ କରାଯାଇଥିଲା। ଷୋଳସ ଉପଚାର ରେ ପୂଜା। ବିଭିନ୍ନ ପ୍ରକାର ଭୋଗ ଲାଗି ହୋଇଥିଲା। ମଣ୍ଡଳ ପୂଜା, କଳସ ପୂଜା, ସପ୍ତଚଣ୍ଡୀ ପାଠ, ସପ୍ତ ଚଣ୍ଡୀ ରେ ଆହୁତି, ପୂଜକ କାମାକ୍ଷା ପ୍ରସାଦ କର ଶର୍ମା, ମନ୍ଦିର ପୂଜକ ସୂର୍ଯ୍ୟ କାନ୍ତ ମିଶ୍ର ଶର୍ମା, କର୍ତ୍ତା ସୁଶ୍ରୀ ରଂଜନ ପାଣି, କର୍ତ୍ତି ମିନତୀ ପାଣି, ଦେବାଶିଷ ମହାପାତ୍ର, ମୌସୁମୀ ପଣ୍ଡିତ କମିଟି ର ସମସ୍ତ କର୍ମ କର୍ତ୍ତା ଙ୍କ ଉପସ୍ଥିତି ଶାରଦୀୟ ପୂଜା ଅନୁଷ୍ଠିତ ହୋଇଥିଲା ସଂନ୍ଧ୍ୟା ବେଳେ ଆଳତୀ ପରେ ପହଡ଼ ପଡ଼ିବ।



