
ପ୍ରୋତ୍ସାହନ ପରିବର୍ତେ ସ୍ଥାୟୀ ଦରମା ଦାବୀଏମବିକେ ଓ ସିଆରପି ସିଏମ ସଂଘର ବ୍ଲକ ସମ୍ମୁଖରେ ଗଣ ଧାରଣା ଦ୍ଵିତୀୟ ଦିନରେ ।କଳାହାଣ୍ଡି ଜୁନାଗଡ ବ୍ଲକ ସରକାର ମହିଳା ମାନଙ୍କୁ ମିଶନଶକ୍ତି ମାଧ୍ୟମରେ ସିଆରପି ସିଏମ ଓ ଏମବିକେ ପଦବୀ ନିମନ୍ତେ ନିଯୁକ୍ତି କରି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ୩୪ ଜଣ ଏମବିକେ ଥିବା ବେଳେ ୨୦୭ ଜଣ ସିଆରପି ସିଏମ କର୍ମୀ ଅଛନ୍ତି । ଏହି ମହିଳା ମାନେ ନିଜ ପରିବାରକୁ ଛାଡି ଅନ୍ୟ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଅନେକ କାର୍ଯ୍ୟ କଲା ପରେ ମଧ୍ୟ ବର୍ତ୍ତମାନ ସିଆରପି ସିଏମ ଓ ଏମବିକେ ମାନଙ୍କୁ ସରକାର ଗତ ମାର୍ଚ୍ଚ ମାସରେ ଏକ ଚିଠି ମାଧ୍ୟମରେ ପ୍ରୋତ୍ସାହନ ରାଶି,ନେବା ପାଇଁ କହୁଛନ୍ତି । ତେଣୁ ପ୍ରୋତ୍ସାହନ ରାଶିକୁ ବନ୍ଦ କରି ସ୍ଥାୟୀ ଦରମା ଦେବା ନେଇ ଆଜି ଏମବିକେ ଓ ସିଆରପି ସିଏମ କର୍ମୀ ମାନେ ଜୁନାଗଡ଼ ବ୍ଲକ ସମ୍ମୁଖରେଆଜି ଦ୍ଵିତୀୟ ଦିନ ହେଲାଗଣଧାରଣା ଦେଇଛନ୍ତି।ହେଲେ କୋୖଣସି ସରକାରିବାବୁ ମାନଙ୍କର ଦେଖାନାହିଁ ,ଏଥିରେ ସରକାର ଆମର ଦାବି ନଶୁଣନ୍ତି ତାହାହେଲେ ଆମେରାଜରାସ୍ତାରେ ଓଲେଇବୁ,ଏହି ଗଣଧାରଣା ତିବ୍ରରୁପନେବ ବୋଲି ଜୁନାଗଡ଼ ବ୍ଲକ ଏମ ବି କେ,ସିଆର ପି, ସଙ୍ଗ ସଭାନେତ୍ରି ଶ୍ରୀମତି ଜୟଶ୍ରୀ ବେହେରା,ସମ୍ପାଦିକା ଶ୍ରୀମତି ନାରାୟଣି ମହାନନ୍ଦ ଗଣମାଧ୍ୟମ ଆଗରେ ଜଣେଇଛନ୍ତି । କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


