
*ଦ୍ବିତୀୟ ପର୍ଯ୍ୟାୟ “ସମ୍ଭବ” ପ୍ରଶିକ୍ଷଣ ଶିବିରର ଦ୍ବିତୀୟ ଦିବସରେ ପ୍ରଧାନ ଶିକ୍ଷକଙ୍କ ଜାତୀୟ ଶିକ୍ଷା ନୀତି -2020ର 21st Century Skills ସମ୍ବନ୍ଧୀୟ ଜ୍ଞାନ ଆହରଣ*
ବରଗଡ଼:୨୩/୯(ପବିତ୍ର ମେହେର) ବରଗଡ଼ ଜିଲ୍ଲା ସଦରମହକୁମାରେ ଅବସ୍ଥିତ ପି ଏମ ଶ୍ରୀ ବାଳିକା ହାଇସ୍କୁଲ,ବରଗଡ଼ରେ ପଞ୍ଚଦିବସୀୟ ପ୍ରଶିକ୍ଷଣ ଶିବିର “ସମ୍ଭବ”ର ଦ୍ବିତୀୟ ପର୍ଯ୍ୟାୟ ଶୁଭାରମ୍ଭ ହୋଇଯାଇଛି।ଏହି ପର୍ଯ୍ୟାୟର ଦ୍ବିତୀୟ ଦିବସରେ ଜିଲ୍ଳା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ର ବରିଷ୍ଠ ପ୍ରଶିକ୍ଷକ ବେଣୁଧର ବରିହା ଜାତୀୟ ଶିକ୍ଷା ନୀତି -୨୦୨୦ ର 21st Century Skills ସମ୍ବନ୍ଧରେ ଆଲୋଚନା କରିଥିଲେ।ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଜାତୀୟ ଶିକ୍ଷାନୀତି ୨୦୨୦ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବର୍ଣ୍ଣନା କରିବା ସହିତ ବିଦ୍ୟାଳୟ କିପରି ଏକ ଉତ୍ତମ ଶିକ୍ଷଣ କେନ୍ଦ୍ର ହୋଇପାରିବ ସେ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କ ସହିତ ଆଲୋଚନା କରିଥିଲେ।ପଣ୍ଡକିପାଲି ହାଇସ୍କୁଲର ଶିକ୍ଷକ ପୁସ୍ତମ୍ ବିଶି ଶିକ୍ଷାରେ ସୂଚନାଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସମ୍ପର୍କରେ ବର୍ଣ୍ଣନା କରିଥିଲେ।ପ୍ରକାଶ ଥାଉ କି ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ଏହି ତାଲିମ୍ ଶିବିରରେ ଏହି ବିଜେପୁର ବ୍ଲକ ଓ ସୋହେଲା ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


