୨୭ ତାରିଖ ଦିନ ଦିନ ୧୧ଟା ୧୦ ମିନିଟରେ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ପହଞ୍ଚିବେ ମୋଦି । ସେଠାରୁ ସଡ଼କ ପଥରେ ଯାଇ ପୂର୍ବାହ୍ନ ୧୧ଟା ୨୫ରେ ଅମଲିପାଲି ସ୍ଥିତ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳରେ ଯୋଗଦେବେ । ସେଠାରେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।
କାର୍ଯ୍ୟକ୍ରମ ଶେଷରେ ଅପରାହଣ ୧୨ଟା ୪୫ରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ପ୍ରାୟ ୬୦ ହଜାର ଲୋକଙ୍କ ସମାଗମ ହେବାର ଲକ୍ଷ୍ୟ ରଖାଯାଇଛି ।
ଏନେଇ ଝାରସୁଗୁଡା ବିମାନବନ୍ଦର, ଝାରସୁଗୁଡା ଅତିଥିଭବନ, ସଭାସ୍ଥଳ, କାରକେଡ୍ ରୁଟ୍, ବିଦ୍ୟୁତ ଓ ପାନୀୟ ଜଳ ଓ ପାସ୍ ବ୍ୟବସ୍ଥା ହୋଇଛି ।ପୂର୍ବରୁ ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ବେଳେ, ପାଣିପାଗ ସମସ୍ୟା ନେଇ ଝାରସୁଗୁଡାକୁ ପରିବର୍ତ୍ତନ କରାଯାଇଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)


