ଟାଟା ଷ୍ଟିଲ୍ ମେରାମଣ୍ଡଳୀ ହାଉସିଂ କଲୋନୀରେ ଅଗ୍ନୀ ସୁରକ୍ଷା ଓ ଉଦ୍ଧାର ମକ୍ ଡ୍ରିଲ୍ ସଫଳତାର ସହ ଆୟୋଜିତ
ଢେଙ୍କାନାଳ ସହକାରୀ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ଏବଂ ଟିଏସଏମ ଅଗ୍ନିଶମ ବିଭାଗ ମିଳିତ ଭାବେ ଆୟୋଜନ କରିଥିଲେ।ନରେନ୍ଦ୍ରପୁର, ୨୫ ସେପ୍ଟେମ୍ବର ୨୦୨୫:ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସଏମ) ହାଉସିଂ କଲୋନୀରେ ଆଜି ମଧ୍ୟାହ୍ନରେ ଏକ ଅଗ୍ନୀ ସୁରକ୍ଷା ଓ ଉଦ୍ଧାର ମକ ଡ୍ରିଲ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଢେଙ୍କାନାଳ ସହକାରୀ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ଏବଂ ଟିଏସଏମ ଅଗ୍ନିଶମ ବିଭାଗ ମିଳିତ ଭାବେ ଆୟୋଜନ କରିଥିଲେ।ଏହି ଡ୍ରିଲ୍ ଦ୍ୱାରା ଆବାସିକ କୋଠାଗୁଡ଼ିକରୁ ଅଗ୍ନୀକାଣ୍ଡ ସମୟରେ କିପରି ସୁରକ୍ଷିତ ଭାବେ ଲୋକଙ୍କୁ ଉଦ୍ଧାର କରାଯିବ, ତାହା ପ୍ରଦର୍ଶିତ ହୋଇଥିଲା। ଷ୍ଟ୍ରେଚର, ସିଡ଼ି ଓ ରୋପ୍ ବ୍ୟବହାର କରି ଆହତଙ୍କୁ ଉଦ୍ଧାର କରିବା, ରୋବୋଟିକ୍ ମନିଟର ଦ୍ୱାରା ଅଗ୍ନି ନିର୍ବାପନ କାର୍ଯ୍ୟ ଓ ଉନ୍ନତ ଉଦ୍ଧାର ବ୍ୟବସ୍ଥା ପ୍ରଦର୍ଶିତ କରାଯାଇଥିଲା।ଢେଙ୍କାନାଳ ଓ ଅନୁଗୁଳର ଡେପୁଟି ଅଗ୍ନିଶମ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକ; ଢେଙ୍କାନାଳ ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳ; ମୁକୁଲ କୁମାର, ହେଡ୍, ସିକ୍ୟୁରିଟି, ଟିଏସଏମ; କୁମାର ବରୁଣ, ହେଡ୍, ପ୍ରୋସେସ୍ ସେଫ୍ଟି, ଟିଏସ୍ଏମ୍; ମାନସ ସାମଲ, ଏରିଆ ମ୍ୟାନେଜର, ଇନଫ୍ରାଷ୍ଟ୍ରକଚର; ଏବଂ ଧର୍ମେନ୍ଦ୍ର କୁମାର ସିଂ, ବରିଷ୍ଠ କ୍ଷେତ୍ର ପରିଚାଳକ, ଅଗ୍ନିଶମ ବାହିନୀ, ଟିଏସଏମ, ପ୍ରୀତମ ସ୍ୱାଇଁ, ମ୍ୟାନେଜର, ରେଗୁଲେଟୋରୀ, କମ୍ପ୍ଲିଆନ୍ସ, ଟିଏସଏମ ଏବଂ ଟିଏସଏମର ଅନ୍ୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ଏବଂ ଟିଏସଏମର ଅଗ୍ନିଶମ ବିଭାଗର ଟିମ ଏଥିରେ ଯୋଗଦେଇଥିଲେ।ଏହି ଡ୍ରିଲ୍ ଦ୍ୱାରା ଅଗ୍ନି ନିର୍ବାପନ ଓ ଉଦ୍ଧାର କାର୍ଯ୍ୟରେ ଉଚ୍ଚ ସ୍ତରୀୟ ପ୍ରସ୍ତୁତି, ସମନ୍ୱୟ ଓ ଦକ୍ଷତା ବିକାଶ ପାଇଁ ମୂଲ୍ୟବାନ ତାଲିମ ଦିଆଯାଇଛି। ଏହା ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓ ସରକାରୀ ଅଗ୍ନିଶମ ବିଭାଗ ମଧ୍ୟରେ ସମ୍ପୂର୍ଣ୍ଣ ସହଯୋଗ ଓ ସୁରକ୍ଷା ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଥିଲା।




