“ଡବଳ ଇଂଜିନ ସରକାରରେ ଟ୍ରିପଲ ହଇରାଣ ।ବ୍ଲକ କାର୍ଯ୍ୟାଳୟରେ ଚାଉଳ ନ ପାଇଁ ହିତାଧିକାରୀ ହଟହଟା “।ବାଃ ବାଃରେ ପ୍ରଶାସନୀକ ଅଧିକାରୀ

ବରଗଡ:୨୫/୯(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳରେ ରାସନ କାର୍ଡ ଧରି ଯୋଗାଣ କାର୍ଯ୍ୟାଳୟରେ ପହଞ୍ଚିଥିଲେ ହିତାଧିକାରୀ କିନ୍ତୁ ଚାଉଳ ମେସିନ୍ ଖରାପ ଥିବାର କହି ଫେରାଇଦେଲେ ବିଭାଗୀୟ ଅଧିକାରୀ।ହିତାଧିକାରୀ ଚାଉଳ ନ ପାଇ ଫେରିଗଲେ କିନ୍ତୁ ଦିନେ କି ଦୁଇ ଦିନ ନୁହେଁ ବାରମ୍ବାର ଏ ଘଟଣା ଘଟିବା ସତ୍ତ୍ୱେ ତଥାପି ପ୍ରଶାସନର ନିଦ ଭାଙ୍ଗୁନି? ଘଟଣାର ସତ୍ୟତା ସମ୍ପର୍କରେ ଜାଣିବା ପାଇଁ ବ୍ଲକ କାର୍ଯ୍ୟାଳୟକୁ ଯିବାରୁ ସହାୟକ ଯନ୍ତ୍ରୀ ପ୍ରକୋଷ୍ଠରେ ଦିନ ୩ଟା ୨୬ମିନିଟ ସମୟରେ ତାଲା? ସରକାରୀ ଯନ୍ତ୍ରୀଙ୍କୁ ଫୋନ କଲେ ଫୋନ ଉଠାଉନାହାନ୍ତି ଅଫିସର। ତେବେ ହିତାଧିକାରୀ କହିବେ କାହାକୁ ଆଉ ଶୁଣିବ କିଏ? ଏ ସମ୍ପର୍କରେ ଜାଣିବା ପାଇଁ ବିଡ଼ିଓଙ୍କ ପାଖକୁ ଯିବାରୁ କାର୍ଯ୍ୟାଳୟ ଖୋଲା ଥିଲେ ହେଁ ବିଡ଼ିଓଙ୍କ ଦେଖା ନାହିଁ? ଲୋକଙ୍କ ସରକାର ସମୟରେ ଲୋକେ ହଟହଟ୍ଟା ଦେଖିବାକୁ ମିଳିଛି। ତେବେ କାହା ସ୍ୱାର୍ଥରେ ସରକାରୀ କାର୍ଯ୍ୟାଳୟ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ନୀରବ ଲୋକଙ୍କ ସରକାର! ଗରିବ ନିରୀହ ଲୋକଙ୍କ କଥା ବୁଝିବ କିଏ ? ଆଗାମୀ ଦିନରେ କଣ ହେବ ଦେଖିବାକୁ ବାକି ରହିଲା l




