ଭୁବନେଶ୍ବର: ଆସନ୍ତାକାଲି ଶନିବାର ଦିନ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ରାଜ୍ୟ ସରକାର ତଥା ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ପ୍ରଧାନମନ୍ତ୍ରୀ ଝାରସୁଗୁଡା ଆସି ସେଠାରେ ଯୁବ ସେବା ସମାବେଶରେ ଯୋଗଦେବେ। ତେବେ ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ଝାରସୁଗୁଡାରେ ପହଞ୍ଚି ସାରିଛନ୍ତି।
ସେଠାରେ ସେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିବା ସହିତ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଝାରସୁଗୁଡାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିପୁଳ ସ୍ବାଗତ କରାଯାଇଛି।ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଶନିବାର ସକାଳ 9 ଟା 20 ମିନିଟରେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ବାହାରିବେ। ସେ ସିଧା ଝାରସୁଗୁଡା ବିମାନ ବନ୍ଦରରେ ଦିନ 11 ଟା 10 ମିନଟରେ ପହଞ୍ଚିବେ। ସେଠାରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସମେତ ବହୁମନ୍ତ୍ରୀ ଓ ଅଧିକାରୀ ସ୍ବାଗତ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ସଡକ ପଥରେ ଆସି ଆମଲିପାଲି ରେ ଦିନ 11 ଟା 25 ମିନଟରେ ପହଞ୍ଚିବେ।
ଆମଲିପାଲିରେ ପ୍ରଧାନମନ୍ତ୍ରୀ ଯୁବ ସେବା କାର୍ଯ୍ୟକ୍ରମରେ ଯୋଗଦେବା ସହିତ ବହୁ ପ୍ରକଳ୍ପର ଶୁଭାରମ୍ଭ ତଥା ଶିଳାନ୍ୟାସ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିବେ। ସଭା ଶେଷ ହେବା ପରେ ପ୍ରଧାନମନ୍ତ୍ରୀ 12 ଟା 45 ମିନଟରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ବର: ଆସନ୍ତାକାଲି ଶନିବାର ଦିନ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ରାଜ୍ୟ ସରକାର ତଥା ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ପ୍ରଧାନମନ୍ତ୍ରୀ ଝାରସୁଗୁଡା ଆସି ସେଠାରେ ଯୁବ ସେବା ସମାବେଶରେ ଯୋଗଦେବେ। ତେବେ ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ଝାରସୁଗୁଡାରେ ପହଞ୍ଚି ସାରିଛନ୍ତି। ସେଠାରେ ସେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିବା ସହିତ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଝାରସୁଗୁଡାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିପୁଳ ସ୍ବାଗତ କରାଯାଇଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-23-scaled.jpg)


