କଟକ – ପୂଜା ପାଇଁ ସଜାଗ ହେଲା କମିଶନରେଟ ପୋଲିସ। କଟକ ଦୁର୍ଗା ପୂଜାରେ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସୂଚନା । ପୋଲିସ କମିଶନର କହିଛନ୍ତି ୧୨୨ ପ୍ଲାଟୁନ୍ ଫୋର୍ସ ସହ ୬୦୦ ଅଫିସର ମୁତୟନ ରହିବେ । ପୂଜା ପାଇଁ ସହରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସୁରକ୍ଷା ପାଇଁ ମୁତୟନ।
ଏହା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସୁରକ୍ଷା ପାଇଁ CCTV ଓ ଡ୍ରୋନ୍ର ବ୍ୟବସ୍ଥା କରାଯାଇଛି । ସହରର ସମ୍ବେଦନଶୀଳ ସ୍ଥାନରେ ଆଇନ ଶୃଙ୍ଖଳା ପରିଚାଳନା ପାଇଁ ମୋଟ ୩୯ ଟି ଅତିରିକ୍ତ ପୋଲିସ ପୋଷ୍ଟ ସ୍ଥାପନ କରାଯାଉଛି। ପାଟ୍ରୋଲିଂକୁ ତୀବ୍ର କରାଯିବ, ଏବଂ ମୋବାଇଲ୍ ୟୁନିଟ୍ ପ୍ରସ୍ତୁତ ରହିବେ ବୋଲି କହିଛନ୍ତି ପୋଲିସ କମିଶନର ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-25-scaled.jpg)