ନୂଆଁ ସରସରାଠାରେ ୩୪ତମ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ।
ଭଟଲି:- ନୂଆ ସରସରା ଠାରେ ମାଁ ଜଗତ ଜନନୀ ଙ୍କର ୩୪ତମ ଶାରଦୀୟ ଦୁର୍ଗାପୂଜା ମହା ସମାରୋହରେ ପାଳିତ ହେଉଅଛି ।ଆଶ୍ୱିନ ଶୁକ୍ଳ ଷଷ୍ଠୀଦିନ ବିଲ୍ୱବରଣ ଓ କଳସ ଆମନ୍ତ୍ରଣ, ସପ୍ତମୀଦିନ ନବପତ୍ରିକା ପ୍ରବେଶ ଓ ପୂଜା,ମୃଣ୍ମୟୀ ଦେବୀଙ୍କ ଚକ୍ଷୁଦାନ, ପ୍ରାଣ ପ୍ରତିଷ୍ଠା ପୂର୍ବକ ପୂଜା,ଚଣ୍ଡୀପାଠ ଓ ଅଷ୍ଟମୀ ପୂଜା,ସନ୍ଧିପୂଜା ହୋଇ ଯାଇଛି। ନବମୀ ବିହିତ ପୂଜା,ନବକୁମାରୀ ପୂଜା,ଚଣ୍ଡୀହୋମ, ଦଶମୀ ଦିନ ଘଟ ବିସର୍ଜନ, ଅପରାଜିତାଙ୍କ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଡାକ୍ତର ଶ୍ରୀଯୁକ୍ତ ବ୍ରଜକୃଷ୍ଣ ମିଶ୍ର ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ମିନତୀ ମିଶ୍ର କର୍ତ୍ତା ଦାୟିତ୍ବ ତୁଲାଇ ଆସୁଥିବା ବେଳେ ପଣ୍ଡିତ ଶ୍ରୀଯୁକ୍ତ ବିଭୂତି ଭୂଷଣ ଦାଶ, ପଣ୍ଡିତ ଶ୍ରୀଯୁକ୍ତ ସମୀର ପଣ୍ଡା,ପଣ୍ଡିତ ମଧୁମଙ୍ଗଳ ମିଶ୍ର ପୂଜକ ଦାୟିତ୍ବରେ ଅଛନ୍ତି । ନୂଆସରସରା ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ପୂର୍ଣ୍ଣ ସହଯୋଗରେ ୩୪ ବର୍ଷ ହେଲା ଏଠାରେ ମାଁଙ୍କର ପୂଜା ହୋଇ ଆସୁଅଛି।ନିକଟ ଭବିଷ୍ୟତରେ ଏଠାରେ ଦୁର୍ଗାଙ୍କ ଏକ ଭବ୍ଯ ମନ୍ଦିର ପ୍ରତିଷ୍ଠା ପାଇଁ ସ୍ଥାନୀୟ ଗ୍ରାମବାସୀ ଓ ଭକ୍ତମାନଙ୍କର ଅଭିଳାଷ ରହିଛି।



