ବେଞ୍ଜି ପଦର ଗ୍ରାମଠାରେ ଇଷ୍ଟଦେବୀ ଡୁକରୀ ବୁଢ଼ା ଙ୍କ ଝାମୁଯାତ୍ରା ଅନୁଷ୍ଠିତ

ଗୋଲାମୁଣ୍ଡା ତା ୦୧/୧୦/୨୫ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ବାଞ୍ଜିପଦର ଗ୍ରାମଠାରେ ଇଷ୍ଟଦେବୀ ମାଁ ଡୁକୁରି ବୁଡା ଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଆବାହନ କାଳରୁ ମାଁ ଡୁକରୀ ବୁଢ଼ା ଙ୍କ ଝାମୁ ଯାତ୍ରା ଟି ପାଳନ କରି ଆସୁଛନ୍ତି। ଦୀର୍ଘ ୨ବର୍ଷ ପରେ ପୁଣି ଥରେ ମାଁ ଙ୍କ ଝାମୁଯାତ୍ରା ବେଶ ମହା ଆଡମ୍ବର ସହିତ ପାଳିତ ହୋଇ ଥିବାର ଦେଖିବାକୁ ମିଳିଥିଲା। ଅପରାହ୍ନ ତିନି ଟାରୁ ନଗର ପରିକ୍ରମା କରି ପ୍ରତ୍ୟେକ ଘର ଘର ଦୁଆର ମୁହଁରେ ଧୂପ,ଦୀପ,ନୈବେଦ୍ୟ ନିତିକାନ୍ତି ସହ ପୁଜା ପାଇ ମନ୍ଦିର ଅଭିମୁଖେ ବାହାରି ଥିଲେ ମାଁ। ସେଠାରେ ମାଁ ଙ୍କ ଶକ୍ତି ପ୍ରଦର୍ଶନର ପାଇଁ ମୁଖ୍ୟ ନୀତି ନିବାସରେ ଝାଞ୍ଜିମଡା କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା । ପ୍ରାଚୀନ ପରମ୍ପରା ଅନୁଯାୟୀ ନଡିଆ,ବୁଦା,କୁକୁଡ଼ା ପଶୁବଳି ଦେବା ସହ ଶାନ୍ତିର ପ୍ରତୀକ ଭାବେ ପାରା କୁ ଉଡ଼ାଇ ଥିଲେ।ପରେ ଲୁହା କଣ୍ଟା ର ଦୋଳି ଉପରେ ବିରାଜମାନ୍ କରି ଶ୍ରଦ୍ଧା ବ୍ୟକ୍ତ କରିଥିଲେ ଥିଲେ ମାଁ ଡୁକୁରି ବୁଢ଼ୀ,ବୁଢ଼ା ରାଜା, ଯାଡେନ୍,ଅଗ୍ନି ଭୈରୋ ପରଦେସେନ ପାଟରାଣୀ,ଦୁଆର ସେନୀ ସମେତ ଗ୍ରାମର ଅନେକ ଦେବା ଦେବୀ ନିଜର ଅଲୌକିକ ଶକ୍ତି ମାଧ୍ୟମରେ ଭକ୍ତ ଗଣଙ୍କୁ ଦର୍ଶନ ଦେଇଥିଲେ।ଏହି ଝାମୁଯାତ୍ରା ରେ ମାଁ ଙ୍କ ଆଶୀର୍ବାଦ ଲୋଡିଲେ ଶୀଘ୍ର ଭକ୍ତ ଙ୍କ ମନସ୍କାମନା ପୂରଣ ହୋଏ ବୋଲି କିମଦନ୍ତିରେ ଲେଖା ଅଛି। ଏହି ଝାମୁଯାତ୍ରା ର ଝାଞ୍ଜି ମଡା ଦେଖିବା ପାଇଁ ଦୂର ଦୁରାନ୍ତର ରୁ ଶତାଧିକ ସଂଖ୍ୟାରେ ଦର୍ଶକ ମାନେ ଆସିଥିବା ଦେଖିବାକୁ ମିଳିଥିଲା। ଏହି ପବିତ୍ର ଯାତ୍ରାଟି କୁ ଗ୍ରାମର ଝାକର,ପୂଜାରୀ ସମେତ ଗ୍ରାମ ବାସୀ ମିଶି ସହଯୋଗ କରିଥିଲେ।ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ




