ନୂଆଗଡ ହାଇସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଭଟଲି (ଅଭିମନ୍ୟୁ ପଧାନ):- ଭଟଲି ଅନ୍ତର୍ଗତ ନୂଆଗଡ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ପରଦେଶୀ ବୁଦ୍ଧିଆଙ୍କ ଅଧ୍ୟକ୍ଷତା ରେ ଓ ଆନନ୍ଦ ସାହୁ ଙ୍କ ସଂଯୋଜନା ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଥିଲା। ଏହି ସମାରୋହରେ ଶିକ୍ଷକ ଗଜାନନ ବେହେରା, ରାଜେଶ ପଟେଲ ପ୍ରମୁଖ ଯୋଗଦାନ କରି ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୀବନୀ ତଥା ଭାରତ ନିର୍ମାଣ ରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ପାଣ୍ଡବ ପ୍ରଧାନ, ଓକିଲ ଖମାରୀ ଓ ଅଶୋକ ସାହୁ ସହଯୋଗ କରିଥିଲେ।



