ଢେଙ୍କାନାଳ ସଦର ୨/୧୦: ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କୃଷ୍ଣ ପ୍ରସାଦ ଗ୍ରାମ ରେ ଆଜି ପାଇକ ଆଖଡ଼ା ପ୍ରଦର୍ଶନ ପାଳିତ ହୋଇଯାଇଛି l
ସୂଚନା ମୁତାବକ ଆଜି ଦଶହରା ଅବସରରେ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଧିରପାଟଣା ଗ୍ରା ପ , କୃଷ୍ଣ ପ୍ରସାଦ ଗ୍ରାମ ରେ ଆଜି ବଡ଼ ଆଡମ୍ବର ସହ ପ୍ରତି ବର୍ଷ ଭଳି ଆଜି ମଧ୍ୟ ଦଶହରା ରେ, ଗ୍ରାମ ର ସଭାପତି ସଦାଶିବ ଜେନା, ଦେବେନ୍ଦ୍ର ମାଝୀ, ହୃଦାନନ୍ଦ ଜେନା, ନିବାରଣ ଜେନା ଙ୍କ ନେତୃତ୍ବରେ ପାଇକମାନେ ନିଜ ନିଜ ର ପ୍ରଦର୍ଶଣ କରି ଦେଖାଇ ଥିଲେ l ସେମାନଙ୍କ ମଧ୍ୟରୁ କୁସ୍ତି କସରଥ ରେ, ଦିଲ୍ଲୀପ ଜେନା, ମିହିର ପାତ୍ର, ପ୍ରମୋଦ ପୁହିଣ ଙ୍କ ଗଦା ମାଲ , ପ୍ରସନ୍ନ ମାଝୀ,ସୂଦର୍ଶନ ପାତ୍ର, ବିକାଶ ମହାନ୍ତି,ନୁରୀ ଜେନା , ରତି ରଞ୍ଜନ ଜେନା ଓ ଗ୍ରାମର ଛୋଟ ବଡ ପାଇକମାନେ ଖଣ୍ଡା,ତଲଵାର , ଫାର୍ସା ଓ ଢାଲ ଇତ୍ୟାଦି ର ପ୍ରଦର୍ଶଣ କରିବା ସହିତ ପ୍ରହଲ୍ଲାଦ ଜେନା ଙ୍କ ହାମର ପ୍ରାହାରରେ,ସମିର ପାତ୍ର ଙ୍କ ଛାତିରେ ପଥର ଭଙ୍ଗା, ବ୍ରହ୍ମାନନ୍ଦ ଜେନା ଙ୍କ ଉପରେ ବାଇକ୍ ଚଢ଼ିବା ସହିତ ସଗଡ ଚକ ବେକରେ ବୁଲାଇ ପାଇକମାନେ ନିଜର ପ୍ରାଦସଣ ଦେଖାଇ ଥିଲେ l



