କେନାଢ଼ିପା ଗ୍ରା, ପ, ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା
ଜମନକିରା ତା,୨-୧୦-୨୦୨୫ ଗୁରୁବାର ଦିନ ପଞ୍ଚାୟତ ଗୃହରେ ଗ୍ରାମ ସଭା ସରପଞ୍ଚ ଶ୍ରୀମତୀ କଲ୍ୟାଣୀ ଭୋଇଙ୍କ ସଭାପତିତ୍ବ ଯଥାରୀତି ରେ ଅନୁଷ୍ଠିତ ହୋଇଥିଲା। ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣ ପଞ୍ଚାୟତର ଆୟବ୍ୟୟ ହିସାବ ଦେବାପାଇଁ ପି ଇ ଓ ଙ୍କୁ କହିଥିଲେ କିନ୍ତୁ ପି ଇ ଓ ମହାଶୟ ହିସାବ ଦେଇ ପାରିନଥିଲେ। ପରବର୍ତ୍ତୀ ସଭାରେ ହିସାବ ଦେବିକହିଲେ। ପ୍ରକାଶ ଥାଉକି ଗତ ଅଗଷ୍ଟ ୧୫ ରେ ହୋଇଥିବା ଗ୍ରାମସଭାରେ ମଧ୍ୟ ଗତ ୨୦୨୪-୨୫ ଆଥିର୍କ ବର୍ଷର ହିସାବ ଦେଇପ।ରି ନ ଥିଲେ ।ଏ ପର୍ଯ୍ୟନ୍ତ ଗତ ଆର୍ଥିକ ବର୍ଷର କ୍ୟାସ ବହିଲେଖା ସରି ନ ଥିବା ପି ଇ ଓ ମହାଶୟ ପ୍ରକାଶ କରିଥଲେ । ଏଥିରୁ ପଂଚାୟତ କିପରି ଚାଲିଛି ?




