ହର୍ସ ଉଲ୍ଲାସ ସହ ଉଦଯାପନ ହେଲା ଝାରପାଲି ଗ୍ରାମ ସାର୍ବଜନୀନ ଦୁର୍ଗା ପୂଜା

ଭଟଲି ( ଅଭିମନ୍ୟୁ ପଧାନ) :- ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଝାରପାଲି ଗ୍ରାମ ରେ ପ୍ରତି ବର୍ଷ ପରି ଏବର୍ଷ ମଧ୍ଯ ଧୂମ ଧାମ ରେ ସାର୍ବଜନୀନ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ପୂଜା ମଣ୍ଡପ ରେ କର୍ତ୍ତା ଭାବେ ଗଣେଶ ଭୋଇ (ବାବୁଲୁ) ସପତ୍ନୀ ପ୍ରିୟଦର୍ଶୀନୀ ଭୋଇ ଦାୟିତ୍ବ ତୁଲାଇଥିବା ବେଲେ ମୁଖ୍ଯ ପୁରୋହିତ ଅଶୋକ ମହାପାତ୍ର, ପୁରୋହିତ ସତ୍ଯାନନ୍ଦ ପଣ୍ତା ଓ ପୂଜକ- ଘନ ପୂଜାରୀ, କୌଲାଶନାଥ ମହାପାତ୍ର ଏବଂ ଝାକର ସୁଦାମ ପୋଢ ପାରମ୍ପରିକ ରୀତି ଅନୁସାରେ ମା’ଙ୍କ ପୂଜାପାଠ କରିଥିଲେ। ମାଁ ଜଗତଜନନୀ ଙ୍କ ପୂଜା ପାଇଁ କଳସ ଯାତ୍ର ଆରମ୍ଭ କରି ଛପନ ଭୋଗ, ରାବଣ ପୋଡି ସହ ରୀତି ନୀତି ରେ କାର୍ଯ୍ୟକ୍ରମ କରାଯାଇଥିଲା।ଶାରଦୀୟ ପାର୍ବଣ ଅବସର ରେ ଗାଁ ସୀତାରାମ ମନ୍ଦିର ରେ ସମସ୍ତେ ଏକତ୍ରିତ ହୋଇ ଛପନ ଭୋଗ ର ଶୋଭାଯାତ୍ରା ନିଆରା ପରମ୍ପରା କୁ ଗାଁ ସାରା ଉତ୍ସାହ ଉଲ୍ଲାସ ରେ ମୁଖରିତ ହୋଇ ଉଠିଥିଲା। ଏହି ଦୁର୍ଗା ପୂଜା ର ଅନ୍ତିମ ରଜନୀ ରେ ବିଜୟା ଦିଶମୀ ତିଥି ହେତୁ ସତ୍ଯ ର ଜୟ,ଅଧର୍ମର ବିନାଶ ପାଇଁ ପାରମ୍ପାରିକ ଭାବେ ରାବଣ ପୋଡି କାର୍ଯ୍ୟକ୍ରମ ସମସ୍ତ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ସାଧାରଣ ଜନତା ର ବ୍ୟସ୍ତତା ଥିଲେ ମଧ୍ଯ ତାଙ୍କ ମୁହଁ ରେ ହସ ଫୁଟାଇବା ପାଇଁ ହାସ୍ଯ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ହାସ୍ଯ କବି ଅଭିମନ୍ୟୁ ପଧାନ, ବିଦ୍ଯାଧର ପଶାୟତ, ଆଲୋକ ବଢେଇ, ବଲରାମ ଦରଦମେଘ ପ୍ରମୁଖ ହାସ୍ୟାସ୍ପଦ କବିତା ପରିବେଷଣ କରି ଲୋକଙ୍କୁ ଆମୋଦିତ କରିକରିପାରିଥିଲେ । ସଭା ସଂଯୋଜନା ଦେବାର୍ଚ୍ଚନ ନାଏକ ଓ ମନୋହର ସାହୁ, ଦୟାସାଗର ପଟେଲ। ଏହି ଅବସର ରେ ବ୍ଯଙ୍ଗ କବି ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ଆନୁଷ୍ଠାନିକ ଭାବେ ସମ୍ମାନିତ କରାଯାଇଥିଲା। ସେହିପରି ପାଳା, କୃଷ୍ଣ ଗୁରୁ , ଖେଳ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରତ୍ୟେକ ଦିନ ଅର୍ଣ୍ଣ ଭୋଗ ର ବ୍ୟବସ୍ଥା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଳଟିଥିଲା । ଗ୍ରାମ ସାର୍ବଜନୀନ ଦୁର୍ଗା ପୂଜା ପରିଚାଳନା କମିଟିର ସଭାପତି ତଥା ଦ୍ବାରୀ ଗ୍ରାମପଞ୍ଚାୟତ ସରପଞ୍ଚ ଜ୍ଞାନ ରଂଜନ ଭୋଇ, ଉପସଭାପତି ଠାକୁର ରାମ ସାହୁ ସଂପାଦକ ତନ୍ମୟ ସାହୁ, କୋଷାଧ୍ୟକ୍ଷ ଶୁଭମ ବାରିକ ଙ୍କ ନେତୃତ୍ବ ରେ ଶାନ୍ତିପୂର୍ଣ୍ଣ ଭାବେ ସମସ୍ତ ଗ୍ରାମବାସୀ ପରିଚାଳନା ରେ ସହଯୋଗ କରିଥିଲେ।




