କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ୫୫ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ସୂଚନା। ସୁଚନା ମୂତବକ ରାତି ଅଧିଆ ଚଢାଉ କରି ବଲାଙ୍ଗିର ପୋଲିସ ଉଦ୍ଧାର କରିଛି। କଣ୍ଟାବାଞ୍ଜି ସହରର ୱାର୍ଡ ନମ୍ବର ୮ର ଏକ ଘର ଭିତରୁ ଉଦ୍ଧାର କରାଯାଇଛି। ସମସ୍ତ ଶ୍ରମିକ ନୂଆପଡ଼ା ଓ ତୁରେଇକେଲା ଅଞ୍ଚଳର ଥିବା ସୂଚନା । ଶ୍ରମିକଙ୍କ ମଧ୍ୟରେ ୧୪ ଜଣ ନାବାଳକ ଥିବା ଜଣାପଡ଼ିଛି।



