କେନ୍ଦୁଝରଜିଲ୍ଲା ଚମ୍ପୁଆ ଉପ ଡାକଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ
କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଉପ ଡାକଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ। ସୂଚନା ଅନୁଯାୟୀ ଗତରାତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଥାନା ସମ୍ମୁଖରେ ଥିବା ଉପଡାକଘରୁ ଚୋରୀ ହେଇଥିବା ନେଇ ସୂଚନା। ଡାକଘର ପଛପଟ କବାଟର ତାଲା ଭାଙ୍ଗି ଚୋରୀ ହୋଇଥିବା ନେଇ ଆଜି ସକାଳୁ ଡାକଘର କର୍ମଚାରୀ ଦେଖି ବାକୁ ପାଇଥିଲେ । ଚୋରମାନେ ଡାକଘର ପଛପଟ କବାଟ ତାଲା ଭାଙ୍ଗି ଚୋରୀ କରିବା ନେଇ ପୋଷ୍ଟ ମାଷ୍ଟରଙ୍କୁ ସୂଚନା ଦେବାପରେ ଏ ନେଇ ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି ପୋଷ୍ଟମାଷ୍ଟର ତପସ୍ୱୀନୀ ପାତ୍ର । ଅଭିଯୋଗ ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଡାକଘର ତାଲା ଭାଙ୍ଗି ଚୋରମାନେ ଭିତରେ ଥିବା ଆଲମାରୀ ଓ ପୋଷ୍ଟ ମାଷ୍ଟରଙ୍କ ବାକ୍ସ ଭାଙ୍ଗି ନଗଦ ଟଙ୍କା ଚୋରୀ କରିଥିବା ନେଇ ସୂଚନା ଡାକଘର ଭିତର ଟ୍ରେଜେରୀ ଭାଙ୍ଗି ବାକୁ ମଧ୍ୟ ଚେଷ୍ଟା କରିଥିଲେ ସୁଦ୍ଧା ଟ୍ରେଜେରୀ ଭାଙ୍ଗିବାରେ ବିଫଳ ହେଇଥିବା ବେଳେ ଚୋରମାନେ ଯିବା ବେଳେ ଡାକଘର ସିସିଟିଭି ର ହାର୍ଡଡିସ ନେଇଯାଇଥିବା ଜଣାପଡିଛି ଏଯାଏଁ ଚୋରୀ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ । ତେବେ ପୋଲିସ ସାଇଣ୍ଟିଫିକ ଟିମ୍ ସହାୟତା ନେଇଥିବା ବେଳେ ଟିମ୍ ପହଞ୍ଚି ବା ପରେ ଚୋରୀ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିବ ବୋଲି ସୂଚନା ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



