ମହାକାଳପଡ଼ା ତହସିଲଦାର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରିଫ କଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ୍ ଶିବ ମଲ୍ଲିକକୁ ଗିରଫ କରିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୪ଟି ବିଲଡିଂ, ୭ ଦାମୀ ପ୍ଲଟ, ୧୮ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଟଙ୍କା ସହ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର କ୍ୟାସ୍ ଠାବ କରିଛି ଭିଜିଲାନ୍ସ ।
୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ।ଗତ ୨୪ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ । ଆୟର ୧୯୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି ଶିବ ମଲ୍ଲିକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କଟକ ଭିଜିଲାନ୍ସ ଥାନାରେ ରୁଜୁ ହୋଇଛି ମାମଲା ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

