ଅନୁଗୁଳରେ ଜିଲ୍ଲାରେ ପଲସ ପୋଲିଓ

ଅନୁଗୁଳ : ଅକ୍ଟୋବର ୧୨ ରବିବାର ଦିନ ସମଗ୍ର ଓଡ଼ିଶାରେ ୧୭ ଟି ଜିଲ୍ଲା ଓ ଦୁଇଟି ମହାନଗର ରେ ପଲସ ପୋଲିଓ ଟିକାକରଣ କରାଯାଇଛି ।ଏହି ପରିପ୍ରେକ୍ଷୀରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ପଲସ ପୋଲିଓ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଡ଼ାଃ ମଦନମୋହନ ପ୍ରଧାନ ଉପସ୍ଥିତ ଶିଶୁ ଙ୍କୁ ପୋଲିଓ ବୁନ୍ଦା ଖୁଆଇ ଉଦଘାଟନ କରିଥିଲେ। ଜିଲ୍ଲାରେ ୦ ରୁ ୫ ବର୍ଷ ଶିଶୁଙ୍କୁ ପୋଲିଓ ଟିକାକରଣ ପାଇଁ ମୋଟ ଏକ ଲକ୍ଷ ୧୩ ହଜାର ୭୮୦ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା ଲକ୍ଷ୍ୟ ରଖାଯାଇଛି।

ଜିଲ୍ଲାରେ ୫୯୭ ଟି ବୁଥରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୩୬ ଟି ଟ୍ରାନଜିଟ ,୧୯ ଟି ଭ୍ରାମ୍ୟମାଣ ଟିମ ,୨୪୯୮ ଜଣ ଟୀକା କର୍ମୀ ସମେତ ୧୧୭ ଜଣ ପଲସ ପୋଲିଓ ପରିଦର୍ଶକ ନିୟୋଜିତ ଅଛନ୍ତି। ପ୍ରଥମ ଦିନ ବୁଥ କାର୍ଯ୍ୟକ୍ରମ ଓ ୧୩ ଓ ୧୪ ତାରିଖରେ ଟିକାକର୍ମୀ ଘରକୁ ଘର ଯାଇ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବେ। ଯାଯାବର,ବସ୍ତି ଅଞ୍ଚଳ ଶିଶୁ ଓ ନିର୍ମାଣଧୀନ କୋଠାବାଡି ରେ କାର୍ଯ୍ୟରତ ଶ୍ରମିକଙ୍କ ଶିଶୁଙ୍କୁ ଅଧିକ ପ୍ରାଧାନ୍ୟ ଦେବାକୁ ଟିକାକର୍ମୀ କୁହାଯାଇଛି। ଉଦଘାଟନ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡ଼ାଃ ଅନ୍ତର୍ଯ୍ୟାମୀ ମିଶ୍ର ସମେତ ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ ,ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ଅଧିକାରୀ,କର୍ମଚାରୀ ମାନେ ଉପସ୍ଥିତ ଥିଲେ।




