ଭୁବନେଶ୍ବର: ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ SOP ଜାରି ହୋଇଛି । ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଂଶ ପ୍ଲଟ ପଞ୍ଜୀକରଣକୁ ସହଜ ଓ ସ୍ଵଚ୍ଚ କରିବା ପାଇଁ SOP ଜାରି କରିଛି।
ରାଜସ୍ୱ ମନ୍ତ୍ରୀ ସୁରେଶ କୁମାର ପୂଜାରୀଙ୍କ ନିର୍ଦ୍ଦେଶରେ ଏହି SOP ଜାରି ହୋଇଛି ।
ପଞ୍ଜୀକରଣ ଅଧିକାରୀମାନେ ମାନଚିତ୍ର, ସୀମା ଓ ଘୋଷଣା ଯାଞ୍ଚ କରି ନିୟମ ପାଳନ କରିବେ। ଏହି SOP ତୁରନ୍ତ ଲାଗୁ ହୋଇଛି।sop ଅନୁସାରେ ଗ୍ରାମୀଣ କ୍ଷେତ୍ରରେ ଜଳାଶୟ କିସମ ପ୍ଲଟର ହୋଇପାରିବନି ପଞ୍ଜୀକରଣ।ଜଳାଶୟ ପ୍ଲଟ ପୂରା ହସ୍ତାନ୍ତର ହେବ ଓ ୫୦୦ ବର୍ଗମିଟରରୁ ଅଧିକ ବିଭାଜନ ହେବ ନାହିଁ। ଜଳାଶୟ କିସମ ପ୍ଲଟ ବ୍ୟତୀତ ପାର୍ଟ ପ୍ଲଟ ପଞ୍ଜୀକରଣରେ କୌଣସି ସର୍ତ୍ତ ନାହିଁ।କୃଷି କିସମ ପ୍ଲଟର ବିଭାଜନ ହେବ, ଯଦି ‘ଫର୍ମ ଡି’ରେ କୃଷି ବ୍ୟବହାରର ଘୋଷଣା ଦିଆଯାଏ।ସେହିପରି ଓଡ଼ିଶା ବିକାଶ ପ୍ରାଧିକରଣ ଓ ସହର ଯୋଜନା ଆଇନ ଅନୁଯାୟୀ ବିଭାଜନ, କିନ୍ତୁ ପରିବାର ବିଭାଜନ, ୫୦୦ ବର୍ଗମିଟରରୁ କମ ଓ ସହ-ମାଲିକଙ୍କ ବିଭାଜନରେ ଛାଡ଼ ରହିଛି।୨୦୨୫ ଓଡ଼ିଶା ବିକାଶ ନିୟମ ପୂର୍ବରୁ ୫୦୦ ବର୍ଗମିଟରରୁ କମ ପ୍ଲଟ ବିଭାଜନ ଅନୁମୋଦିତ ହୋଇଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


