କଳମଛୁଇଁ କ୍ଲଷ୍ଟୋରରେ ସୁରଭି ୨୦୨୫ ପାଳିତ
ତାଳଚେର, ୧୬/୧୦ ଆଜି କ୍ଲଷ୍ଟୋର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆଜି ବିଭିନ୍ନ ସ୍କୁଲରେ ଅନୁଷ୍ଟିତ ହୋଇଯାଇଛି । ସେଥିମଧ୍ୟରୁ କଳଛୁଇଁ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଗ୍ରାମର ସରପଂଚ ଅନିଲ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ହେମଲତା ସେଠୀ ସମ୍ମାନୀତ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । କ୍ଲଷ୍ଟୋର ସିଆରସି ପ୍ରତିମା ତରାଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କଷ୍ଟୋର ବରିଷ୍ଟ ଶିକ୍ଷକ ସୁବାଷଚନ୍ଦ୍ର ଜ୍ୟୋତିଷ ସୁରଭି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରଷ୍କାର ବିତରଣ କାର୍ଯ୍ୟକ୍ରମକୁ ଅଭିଭାବକ ତଥା ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ସମାପନ କରାଯାଇଥିଲା । ଶିକ୍ଷକ ସୁଶାନ୍ତ ଜ୍ୟୋତିଷ ସଭା ପରିଚାଳନା କରିଥିବା ବେଳେ ଶୁଭଶ୍ରୀ ସାହୁ, ମମତା ଦେହୁରୀ, ବିଦ୍ୟୁତତ୍ପ୍ରଭା ନାୟକ, ତାପକ ଭୂକ୍ତା ଏବଂ ମନୋଜ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ । ସେହିଭଳି ତାଳବେଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କ୍ଲୋଷ୍ଠୋର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆଜି ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

