ବାହ୍ୟ କର୍ମଚାରୀ ଙ୍କ ସମ୍ପୃକ୍ତି ଯୋଗୁଁ ସ୍ମେଲଟର ପ୍ଲାଣ୍ଟର ୟୁନିଟ ଲେବେଲ ବୈଠକ ଅଧାରୁ ବନ୍ଦ
ଅନୁଗୋଳ/ବଅଁରପାଳ,୧୬/୧୦ ଗୁରୁବାର ଦିନ ପୂର୍ବାହ୍ନରେ ସ୍ମେଲଟର ପ୍ଲାଣ୍ଟ ପରିସରରେ ଥିବା ଟେକ୍ନିକାଲ ବିଲଡିଂ ରେ ଆରମ୍ଭ ହେଇଥିଲା ୟୁନିଟ ଲେବେଲ ବୈଠକ। ମିଳିଥିବା ସୂଚନା ମୁତାବକ ଏହି ବୈଠକ ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସଚ୍ଚିଦାନନ୍ଦ ଜେନା ଙ୍କ ଅଧ୍ୟକ୍ଷତା ରେ ମାନବ ସମ୍ବଳ ସମୂହ ମହାପ୍ରବନ୍ଧକ ଶ୍ରୀ ହିମାଂଶୁ ଶେଖର ପ୍ରଧାନ ଙ୍କ ସମେତ ସମସ୍ତ ସମୂହ ମହାପ୍ରବନ୍ଧକ ଓ ବିଭିନ୍ନ ବିଭାଗର ବିଭାଗ ମୁଖ୍ୟ ମାନେ ଯୋଗ ଦେଇଥିଲେ ଏବଂ ଶ୍ରମିକ ମାନଙ୍କ ନେତୃତ୍ୱ ନେଉଥିବା ସ୍ମେଲଟର ପ୍ଲାଣ୍ଟର ପାଞ୍ଚ ଗୋଟି ଶ୍ରମିକ ସଙ୍ଗଠନ ର ନେତୃ ମଣ୍ଡଳୀ ମାନେ ଯୋଗ ଦେଇଥିଲେ । କିନ୍ତୁ ଏକ ଶ୍ରମିକ ସଙ୍ଗଠନର ମୁଖ୍ୟ ହିସାବରେ କୋଲ ମାଇନ୍ସ ଡିଭିଜନର ଏକ କର୍ମଚାରୀ ପ୍ରଫୁଲ ସାହୁ ଯୋଗ ଦେଇଥିବାରୁ ଏକ ଅଭାବନୀୟ ପରିସ୍ଥିତି ଉପୁଜି ଥିଲା । ଆଲୁମିନିୟମ ମଜ଼ଦୂର ସଙ୍ଘର କର୍ମକର୍ତ୍ତା ମାନେ ଘୋର ବିରୋଧ କରି ସ୍ମେଲଟର ପ୍ଲାଣ୍ଟ ବୈଠକ ରେ ବାହ୍ୟ କର୍ମଚାରୀ ଙ୍କ ସମ୍ପୃକ୍ତି କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଥିଲେ । କୋଲ ଡିଭିଜନ ମାଇନ୍ସ ଆକ୍ଟ ଏବଂ ସ୍ମେଲଟର ପ୍ଲାଣ୍ଟ ଫାକ୍ଟ୍ରି ଆକ୍ଟ ଅନ୍ତର୍ଭୁକ୍ତ ହୋଇଥିବା କାରଣରୁ ସେ ସ୍ମେଲଟର ପ୍ଲାଣ୍ଟ ବୈଠକରେ ଅଂଶ ଗ୍ରହଣ କରି ପାରିବେ ନାହିଁ ବୋଲି ଯୁକ୍ତି ଉପସ୍ଥାପନା କରାଯାଇଥିଲା । ଏହା ପରେ ମଧ୍ୟ ସମ୍ପୃକ୍ତ କର୍ମଚାରୀ ସ୍ୱତଃପ୍ରବୃତ ଭାବରେ ବୈଠକ ତ୍ୟାଗ ନ କରିବାରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବୈଠକ କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଠି ସୂଚନାଯୋଗ୍ୟ ଯେ ନାଲକୋ ରେ ସ୍ମେଲଟର ପ୍ଲାଣ୍ଟ କୁ ଛାଡି ଅନ୍ୟ ସବୁ ୟୁନିଟ ରେ ସ୍ୱୀକୃତିପ୍ରାପ୍ତ ନିର୍ବାଚନ ସରିଯାଇଛି କିନ୍ତୁ ସ୍ମେଲଟର ପ୍ଲାଣ୍ଟ ରେ ଦୀର୍ଘ ୬ ବର୍ଷ ହେବ ନିର୍ବାଚନ ହୋଇ ନାହିଁ । ତେଣୁ ଆଲୁମିନିୟମ ମଜ଼ଦୂର ସଂଘ ଉଚ୍ଚ ନ୍ୟାୟାଳର ଦ୍ୱାରସ୍ଥ ହୋଇଅଛି ଏବଂ ଉଚ୍ଚ ନ୍ୟାୟାଳର ନିର୍ଦ୍ଦେଶ କ୍ରମେ ସ୍ମେଲଟର ପ୍ଳାଣ୍ଟ ର ସ୍ୱୀକୃତିପ୍ରାପ୍ତ ନିର୍ବାଚନ ନିମନ୍ତେ ଗତ ତା ୧୦ ରିଖ ଦିନ ଭୁବନେଶ୍ୱର ସ୍ଥିତ ଉପ ମୁଖ୍ୟ ଶ୍ରମ କମିଶନର ଙ୍କ କାର୍ଯ୍ୟାଳୟ ଠାରେ ନାଲକୋ ପ୍ରଶାସନ ସମେତ ସ୍ମେଲଟ ପ୍ଲାଣ୍ଟ ର ପାଞ୍ଚ ଗୋଟି ଶ୍ରମିକ ସଙ୍ଗଠନ ସାମିଲ ହେଇଥିଲେ କିନ୍ତୁ କେବେଳ ଆଲୁମିନିୟମ ମଜ଼ଦୂର ସଂଘ ଓ ନାଲକୋ ପ୍ରଶାସନ ବ୍ୟତୀତ ଅନ୍ୟ ଚାରିଗୋଟି ଶ୍ରମିକ ସଙ୍ଗଠନ ବିଭିନ୍ନ ଆଳ ଦେଖାଇ ନିର୍ଵାଚନରୁ ଓହରି ଯାଇଥିଲେ। ତେବେ ପୁଣି ଥରେ ନିର୍ବାଚନ ହେଲେ କର୍ମଚାରୀ ମାନଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସବୁ ସମାଧାନ ହୋଇ ପାରନ୍ତା ବୋଲି ଅନୁମାନ କରାଯାଉଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

