ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ଆଜି କାର୍ତ୍ତିକ ମାସର ତୁଳା ଗର୍ଭଣା ସଂକ୍ରାନ୍ତି ଓ ସର୍ବସମ୍ମତ ରମା ଏକାଦଶୀ ଥିବାରୁ ବଳରାମ ଙ୍କ ର ବିଶେଷ ପୂଜା ଅର୍ଚ୍ଚନା କରାଯାଇ ଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ତୁଳସୀ ହାର ଫୁଲ ହାର ଲାଗି କରାଯାଇ ଥିଲା। ବଲ୍ଲଭ ଭୋଗ ଲାଗି କରାଯାଇ ଥିଲା। ୧୦ ଟାରେ ଖେଚେଡ଼ି ଭୋଗ ମଧ୍ୟାହ୍ନରେ ଅର୍ନ ଧୂପ ସନ୍ଧ୍ୟାରେ ଆଳତି ରାତ୍ରରେ ରାତ୍ର ଧୂପ ପରେ ଏକାଦଶୀ ବେଢ଼ା ମହାଦୀପ ମନ୍ଦିର ଉପରକୁ ଉଠିବ । ପହଡ଼ ପଡ଼ିବ।ପୂଜକ ମନ ସୁମନ୍ ମିଶ୍ର ଓ ଶ୍ରୀବତ୍ସ ମିଶ୍ର ,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ବ୍ରଜମୋହନ ମହାପାତ୍ର କାହାଳୀଆ ଟିକନ ବେହେରା ମନ୍ଦିରର ଜୀମାଦାର ଶ୍ୟାସୁନ୍ଦର ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ଏହି ସର୍ବସମ୍ମତ ରମା ଏକାଦଶୀ ପାଳନ କରାଯାଇଥିଲା



