ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଏସ.ଏଲ ମାଇନିଙ୍ଗ କମ୍ପାନୀ ବାହାରେ ମଜଦୁର ସଂଘର ଧାରଣା

କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ଗଢି ଉଠିଛି। କିନ୍ତୁ ଅନେକ ସମୟରେ ଦେଖାଯାଏ କି ଏହି ଖଣି କମ୍ପାନୀ ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଭିର୍ନ ଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ପ୍ରକାଶ ପାଇଥିବା ଅନେକ ନଜିର ରହିଛି। ପୁଣି ସେହିଭଳି ବିବାଦ ମୁଣ୍ଡ ଟେକିଛି ଏସ ଏଲ୍ ମାଇନିଙ୍ଗ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ବିରୁଦ୍ଧରେ। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ବସନ୍ତପୁର ଠାରେ ଥିବା ଏସ.ଏଲ ମାଇନିଙ୍ଗ ଏଣ୍ଡ ଇଣ୍ଡଷ୍ଟ୍ରିଜ କମ୍ପାନୀ ବାହାରେ କମ୍ପାନୀ ଫାଟକ ସମ୍ମୁଖରେ ବେଆଇନ ଶ୍ରମିକ ଛଟେଇ ଓ ବକେୟା ପାଉଣା ନଦେବା କୁ ନେଇ ଏସ ଏଲ ମାଇନିଂ ମଜଦୁର ସଂଘ ତରଫରୁ ଧାରଣା ଦିଆ ଯାଇଛି। ମଜଦୁର ସଂଘର ସଭାପତି ଲକ୍ଷ୍ମଣ ମହାକୁଡ଼ ଓ ସମ୍ପାଦକ ସାଲମା ମାଝୀ ଙ୍କ ନେତୃତ୍ୱରେ ମଜଦୁର ସଂଘର ସଦସ୍ୟ ମାନେ ଧାରଣାରେ ବସିବା ସହ ବିଭିନ୍ନ ସ୍ଲୋଗାନ ଦେଉ ଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ଚାଲିଥିବା ସମୟରେ ବିନା କାରଣରେ ଠିକା କର୍ମଚାରୀ ମାନଙ୍କୁ କମ୍ପାନୀ ଶ୍ରମିକ ଛଟେଇ ଓ ଜାଣିଶୁଣି ଶ୍ରମିକ ମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବା ସହିତ ଆକ୍ରୋଶ ମୂଳକ ଭାବରେ ଶ୍ରମିକଙ୍କୁ ଶୋଷଣ କରିବା ପ୍ରତିବାଦରେ ମଜଦୁର ସଂଘ ଧାରଣ କୁ ଓହ୍ଲାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




