ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଆଦି କର୍ମଯୋଗୀ ଅଭିଯାନ ପ୍ରତ୍ଯେକ ଆଦିବାସୀ ଗ୍ରାମକୁ ଆତ୍ମନିର୍ଭର ଏବଂ ସ୍ଵାବଳମ୍ବୀ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଆଦିକର୍ମ ଦିକର୍ମଯୋଗୀ ଅଭିଯାନର ଜାତୀୟ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି ମୁର୍ମୁ ଏହା କହିଛନ୍ତି । ଆଦିବାସୀ ସମୁଦାୟ ଜାତୀୟ ବିକାଶ ଯାତ୍ରାରେ ନିଜର ଭାଗିଦାରୀତା ରଖୁବା ସହ ବିକାଶର ଲାଭ ଉଠାଇ ଆଦିବାସୀ ଅଞ୍ଚଳ ଗୁଡ଼ିରେ ଏହାର ଉପଲବ୍ଧତା ପହଞ୍ଚାଇବା ପାଇଁ ରାଷ୍ଟ୍ରପତି ଆହ୍ବାନ କର କରିଛନ୍ତି ।
ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ଜନଜାତୀୟ ଗ୍ରାମ୍ୟ ଭିଜନ ୨୦୩୦କୁ ଦୃଷ୍ଟିରେ ରଖ୍ ଆୟୋଜନ କରାଯାଇଛି । ଏଥିରେ ବିଭାଗୀୟ ମନ୍ତ୍ରୀ ଜୁଏଲ୍ ଓରାମ୍, ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜ୍ୟ ତଥା କେନ୍ଦ୍ରର ସଚିବମାନେ, ଜିଲ୍ଲ ମାଜିଷ୍ଟ୍ରେଟ୍, ମାଷ୍ଟର ପ୍ରଶିକ୍ଷକ ଏବଂ ଆଦି ସହଯୋଗୀର ପ୍ରତିନିଧୁ ମଣ୍ଡଳୀ ପ୍ରମୁଖ ଯୋଗଦେଇଥିଲେ ।



