ଆରମ୍ଭ ହେଲା କୋଶଲ ରାଏଜ୍ ପାଇଁ ସ୍ଵତନ୍ତ୍ର ଅଭିଯାନ

ବରଗଡ:୧୯/୧୦(ପବିତ୍ର ମେହେର) ଅଗ୍ରଗାମୀ ଯୁବକ ସଂଘ ଠାରେ ଅଜିତ ଶତପଥୀ ଙ୍କର ସଭାପତିତ୍ବରେ କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରଥମ ବୈଠକ ବସିଥିଲା । ବୈଠକର ଆରମ୍ଭରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କୁ ପୂଜାର୍ଚ୍ଚନା କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା !

ବୈଠକରେ ଅଞ୍ଚଲର କୋଶଲ ବାଦୀ, ସାମାଜିକ, ଜାତି, ଚାଷୀ ଛାତ୍ର, ମହିଳା, ଯୁବ ସଙ୍ଗଠନ ମାନଙ୍କର ପ୍ରତିନିଧିମାନେ ଯୋଗ ଦେଇଥିଲେ ।ବୈଠକରେ କୋଶଲ ପିତାମହ ବାଳ ଗୋପାଳ ମିଶ୍ର ଯୋଗ ଦେଇ ସରକାରମାନଙ୍କର ଆଞ୍ଚଳିକ ବିଷମତା ବିରୁଦ୍ଧରେ ଏକାଠି ଲଢ଼େଇ କରିିବା ପାଇଁ ଆହ୍ଵାନ ଦେଇଥିଲେ ସେହିପରି ପ୍ରମୋଦ ମିଶ୍ର ସ୍ୱାସ୍ଥ୍ୟ ଗତ କାରଣରୁ ଆସି ନ ପାରି ନ ଥିବାରୁ ପଠେଇ ଥିବା ବାର୍ତ୍ତା ସର୍ବସମ୍ମୁଖରେ ପଠନ କରାଯାଇଥିଲା ।ବୈଠକରେ ପ୍ରାୟ ୩୩ଟା ସଂଗଠନ କୋଶଲ ସମନ୍ଵୟ ସମିତି, କୋଶଲ ସେନା, କୋଶଲ ମୁକ୍ତି ମୋର୍ଚା, କୋଶଲ କ୍ରାନ୍ତି ସେନା, ପଶ୍ଚିମ ଓଡ଼ିଶା ଯୁବାମଞ୍ଚ, ସଂଯୁକ୍ତ କୃଷକ ସଂଗଠନ, ଆମ୍ବେଦକର ଯୁବା ସଂଘ, ବଗେଇ ବିରା ମିଲିଟାରୀ ଏକାଡେମୀ, ଦୃଷ୍ଟି ସେବା ସଂଗଠନ, Friend A Hope, ସମ୍ବିଧାନ ସୁରକ୍ଷା ମଂଚ, ଆଦିବାସୀ ସଂଘ, ସହଁରା ସମାଜ, ଅଭିଭାବକ ମହାସଂଘ, ମାହେଶ୍ୱରୀ ସେନା, LDA, ଅଟୋ ରିକ୍ସା ମାଲିକ ସଂଘ, ଯାଦବ ସମାଜ, SC ST ମିଲିତ ମଂଚ, ଅଲ ଓଡିଶା ଆଶା ସଂଘ, ଏକଲବ୍ୟ ଯୁବ ମୋର୍ଚା, ଲକ୍ଷେ ଘର ଗଣ୍ଡା ସମାଜ, ସାହୁ ସମାଜ, ଜିଲ୍ଲା ଆଦିବାସୀ କଲ୍ଯାଣ ସଂଘ, କୋଶଲ ସମାଜ, ଜୟ ଭାରତୀ ଶ୍ରମିକ ସଂଗଠନ, ନାଗାର୍ଜୁନ ବୁଦ୍ଧ ବିହାର କମିଟି, ଆମେ ଡୁମାଲ୍, ଭୀମ ଆର୍ମି, ଓଡ଼ିଶା ରାଜ୍ଯ କୃଷକ ସଂଗଠନ, ଷ୍ଟୁଡ଼େଣ୍ଟ ୟୁନିଅନ ଅଫ୍ କୋଶଲ, ଗନ୍ଧମାର୍ଦ୍ଦନ ଯୁବ ପରିଷଦ ଆଦି ଅନୁଷ୍ଠାନମାନଙ୍କର ନେତୃମଣ୍ଡଳୀମାନଙ୍କ ସର୍ବସମ୍ମତି କ୍ରମେ ଚାରି ଜଣିଆ ଉପଦେଷ୍ଟା ମଣ୍ଡଳୀ, ବାଳ ଗୋପାଳ ମିଶ୍ର, ପ୍ରମୋଦ ମିଶ୍ର, ଅଜିତ ଶତପଥୀ, ନରେନ୍ଦ୍ର ହୋତା ଗଠନ କରି ସାତଟି ପ୍ରସ୍ତାବ ପାରିତ କରାଗଲା ।
ପ୍ରସ୍ତାବ ୧ :- ପ୍ରତେକ ସଂଗଠନର ଜଣକୁ କୋଶଲ ସେନାପତି ଦାୟିତ୍ଵ ଦେବା ସହିତ ବିଧିବଦ୍ଧ ଭାବେ କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଗଲା।
ପ୍ରସ୍ତାବ ୦୨:- ପାଣ୍ଠି ସଂଗ୍ରହ ସାଙ୍ଗେ ଗାଁ କୁ ଚାଲ ଅଭିଯାନ ଅବସରରେ ପୁଷ୍ ପୁନି ଛେର୍ ଛେରା କାର୍ଯ୍ୟକ୍ରମ କରି ପ୍ରତ୍ୟେକ ପରିବାରକୁ ଯାଇ କୋଶଲ ରାଏଜ୍ ଲାଗି ଚାଉଲ ମୁଠେ ଘରକେ ଗୁଟେ ଅନୁରୋଧ କରାଯିବା।
ପ୍ରସ୍ତାବ ୦୩:- ଅଲଗା କୋଶଲ ରାଏଜ୍ ଲାଗି ଦିଲ୍ଲୀ ଚଲୋ କାର୍ଯ୍ୟକ୍ରମ ମଧ୍ୟ କରାଯିବ।
ପ୍ରସ୍ତାବ ୦୪:- ସ୍ତାନୀୟ ବା ଆଞ୍ଚଳିକ କାର୍ଯ୍ୟକ୍ରମ ପାଇଁ ନିଜ ସଂଗଠନର ନାଁ ସହିତ ମିଳିତ କ୍ରିୟାନୁଷ୍ଠାନ କମିଟି ର ନାଁ ନେଇ କାର୍ଯ୍ୟକ୍ରମ କରି ପାରିବେ।
ପ୍ରସ୍ତାବ ୦୫:- କୋଶଲ ସେନାପତି ଓ ଉପଦେଷ୍ଟା କମିଟିର ସାମାଜିକ ଆର୍ଥିକ ଓ ରାଜନୈତିକ ସମସ୍ୟା ର ସମାଧାନ ପାଇଁ ନିୟମିତ ବ୍ୟବଧାନରେ ସଭା ସମିତି କରାଯିବ।
ପ୍ରସ୍ତାବ ୦୬:- କୋଶଲ ବିଷୟରେ ମତାମତ କିମ୍ବା ପ୍ରେସ୍ ବାର୍ତ୍ତା କେବଳ ଉଭୟ କମିଟି ର ସହମତି ରେ ପ୍ରବକ୍ତା କେବଳ ପ୍ରେସ୍ ବାର୍ତ୍ତା ସୋସିଆଲ୍ ମିଡିଆରେ ପୋଷ୍ଟ କରି ପାରିବେ।
ପ୍ରସ୍ତାବ ୦ ୭:- ଆସନ୍ତା ଡିସେମ୍ବର ମାସରେ ସଂଗଠନର ବୃହତ୍ କାର୍ଯ୍ୟକ୍ରମ ଭାବେ ମହା ବନ୍ଦ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକକୁ ଜଗନ ମେହେର ପରିଚାଳନା କରୁଥିବା ବେଳେ ବୀର୍ବଲ ମହାକୁର୍ ସଞ୍ଚାଳନ କରୁଥିବା ବେଳେ ସୁନ୍ଦରଗଡ୍ ରୁ ଦିଲ୍ଲୀପ ପଣ୍ଡା ସମ୍ବଲପୁରରୁ ବିରେନ୍ଦ୍ର ପାଣିଗ୍ରାହୀ ବଲାଙ୍ଗିରରୁ ଜନ୍ ସନ୍ ନାଗ ସୋନପୁରରୁ ସରୋଜ ପଧାନ, ଝାରସୁଗୁଡ଼ାରୁ ଗଣେଶ ମଟାରି, ବରଗଡ଼ରୁ ସୁଦାମ ଚରଣ ପାତ୍ର, ଅଶୋକ ଛତର, ଅବିନାଶ ବିଶି ଏବଂ ମହିଳା ମାନଙ୍କ ମଧ୍ୟରେ ସୁନିତା ବାଗ, ବାସନ୍ତୀ ମେହେର୍, ରୀତା ବେହେରାଙ୍କ ସମେତ ଶହ ଶହ କୋଶଲ କର୍ମୀ ଯୋଗ ଦେଇଥିଲେ ।ଶେଷରେ ସୁଶୀଲ ଗୁରୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।




