ଓପେନ ଆନ୍ତଜିଲ୍ଲା ଟାଇକୋଣ୍ଡ ପ୍ରତିଯୋଗିତା

କଟକ ତା ୧୮-୧୦-୨୦୨୫ ରିଖ କଟକ ସିଡିଏ ସେକେଟର ୯ ଟ୍ରମ୍ପେ ରୋଡ଼ ସ୍ଥିତ କୋରିଆନ ମାର୍ସଲ ଆର୍ଟ ସ୍କୁଲ ପକ୍ଷରୁ ଏସ ଏନ ଟାଇକୋଣ୍ଡୋ ଏକାଡେମୀରେ ଆନ୍ତଃଜିଲ୍ଲା ଟାଇକୋଣ୍ଡ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିବ।ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ବରିଷ୍ଠ ସାମ୍ବାଦିକ ଦୁର୍ଗlଶିଷ। ମୂଖ୍ୟ ବକ୍ତା ଭାବେ ଅବସର ଓଏଏସ ରାଜା ପରିଜାଙ୍କ ସହିତ କଳିଙ୍ଗ ଟାଇକୋଣ୍ଡୋ ଆସୋସିଏସନର ସଭାପତି ଚନ୍ଦନ ସାହୁ, କୋରିଆନ ମାର୍ସଲ ଆର୍ଟ ସ୍କୁଲର ସମ୍ପାଦକ ପ୍ରଦୀପ କୁମାର କାଣ୍ଡି ଯୋଗଦେଇଥିଲେ। ଏଥିରେ ପ୍ରାଏ ବିଭିନ୍ନ ଇଭେଣ୍ଟରେ ଯଥା କିରୋଗୀ,ପୁମସେ,ସ୍ପୀଡ଼ କିକିଙ୍ଗ,ଗ୍ରୁପ ପୁମସେରେ ୧୫୦ରୁ ଅଧିକ ଖେଳାଳି ମାନେ ଭାଗନେଇଥିଲେ। ଏହି କାର୍ଯ୍ୟକ୍ରମରେ ଏସ ଏନ ଟାଇକୋଣ୍ଡୋର ୬ ଜଣ ଖେଳାଳିଙ୍କୁ ବ୍ଲାକ ବେଲ୍ଟ ଉପାଧିରେ ସମ୍ମାନିତ କରାଯାଇଥିଲା। ଏହି ପ୍ରତିଯୋଗିତାରେ କଟକ ଜିଲ୍ଲାରୁ ପ୍ରାୟ ୫ ଟି ଶାଖାର ଯଥା କୋରିଆନ ମାର୍ସଲ ଆର୍ଟ ସ୍କୁଲ,ଏସ ଏନ ଟାଇକୋଣ୍ଡୋ ଏକାଡେମି, ଷ୍ଟୁଆର୍ଟ ସ୍କୁଲ ଟାଇକୋଣ୍ଡୋ ଏକାଡେମୀ,ସାରୋନ୍ ଟାଇକୋଣ୍ଡ ଏକାଡେମୀଓ ବକ୍ଲି ସ୍କୁଲ ଟାଇକୋଣ୍ଡୋ ଏକାଡେମୀର ଖେଳାଳି ମାନେ ଭାଗ ନେଇଥିଲେ।ଏହି କାର୍ଯ୍ୟକ୍ରମକୁ ଏସ ଏନ ଟାଇକୋଣ୍ଡୋ ଏକାଡେମୀର ମୂଖ୍ୟ ପରିଚାଳିକା ସୂଦୀପ୍ତା ନନ୍ଦ ପରିଚାଳନା କରିଥିଲେ।




