*”ଗ୍ରାମର ଇଷ୍ଟଦେବୀଙ୍କୁ ସରପଞ୍ଚଙ୍କ ଅଣଦେଖା।ବିକାଶ ନାଁ ରେ ବିନାଶର ମଞ୍ଜି ବୁଣୁଛନ୍ତି ମେଡ଼ାମ ସରପଞ୍ଚ”*

ବରଗଡ:୧୯/୧୦(ପବିତ୍ର ମେହେର)ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ପାହାଡଶ୍ରୀଗିଡ଼ା ଗ୍ରାମର ଝାରଗୁଡ଼ିରେ ଥିବା ସମଲେଶ୍ଵରୀ ପୀଠର ପ୍ରାଚୀର ନିର୍ମାଣ ଓ ସଂରକ୍ଷଣ ନିମନ୍ତେ ତତ୍କାଳୀନ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଦୁଇ ଲକ୍ଷ ପଚାଶ ହଜାର ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଅତାବିରା ପଞ୍ଚାୟତ ସମିତି ପକ୍ଷରୁ କେବଳ ଏକ ସୂଚନା ଫଳକ ଦେଇ କୌଣସି କାମ କରାଯାଇନାହିଁ। ଏ ସଂପର୍କରେ ଗ୍ରାମବାସୀ ଅତାବିରାରେ ବରଗଡ଼ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ଗତ ଅଗଷ୍ଟ ମାସ ୧୮ତାରିଖରେ ଅଭିଯୋଗ କରିଥିଲେ ହେଁ କିଛି ସୁଫଳ ମିଳିନାହିଁ।ଏହି ପ୍ରାଚୀର ନିର୍ମାଣ ପାଇଁ ଆସିଥିବା ଅର୍ଥ ବାଟ ମାରଣା ହୋଇଛି ନା ଆଦୌ ବିନିଯୋଗ ହୋଇନାହିଁ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବାକୁ ଗ୍ରାମବାସଙ୍କ ଦାବୀ ରହିଛି। କିନ୍ତୁ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି।କେବଳ ସୂଚନା ଫଳକ ଦେଇ ଳୋକଙ୍କୁ ଭକୁଆ ଭାବି କିଛି କରୁନାହାନ୍ତି ସରପଞ୍ଚ ମହାଶୟା। ଏଥିରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି ଓ ସରପଞ୍ଚ ଏଥିପାଇଁ ଦାୟୀ ବୋଲି ଗ୍ରାମବାସୀ କହୁଛନ୍ତି। ହେଲେ ଏ ସମ୍ପର୍କରେ ପାହାଡ଼ଶ୍ରୀଗୀଡ଼ା ସରପଞ୍ଚ ମହାଶୟାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସରପଞ୍ଚ ଦେଖାଉଛନ୍ତି ସରପଞ୍ଚ ପଣିଆ। ଗଣମାଧ୍ୟମଠୁ ଅପହଞ୍ଚ ଦୂରରେ ମାଡ଼ାମ ସରପଞ୍ଚ। ପୂର୍ବ ବିଜେଡି ସରକାର ଥିଲା ସମୟରେ ମାଡ଼ାମଙ୍କ ପଂଚାୟତରେ ମାଳ ମାଳ ଯୋଜନା, କେଉଁଠି ସୂଚନା ଫଳକ ତ ଆଉ କେଉଁଠି କାମ ନ ହୋଇ ଟଙ୍କାର ବାଟ ମାରଣା ଦେଖିବାକୁ ମିଳୁଛି l ସେଥିପାଇଁ ତ ସରପଞ୍ଚ ମାଡ଼ାମ ଖାଲି ବିଜେଡି ମୁହାଁ ।ଉପରେ ଉପରେ ବିଜେପି ଆଉ ଭିତିରିଆ ବିଜେଡି ପୀରତି ମାଡ଼ାମକୁ ଛାଡ଼ି ପାରୁନାହିଁ ବିଜେଡି ନିଶା। କିନ୍ତୁ ଏବେ ସାରା ରାଜ୍ୟରେ ଲୋକଙ୍କ ସରକାର ଥିବା ବେଳେ କଣ ପଦକ୍ଷେପ ନେଉଛନ୍ତି ଲୋକଙ୍କ ସରକାର ତାହା ଦେଖିବାକୁ ବାକି ରହିଲା… ଅଞ୍ଚଳ ବାସୀ ଜାଣିବାକୁ ଚାହୁଁଛନ୍ତି ଯେ ସରପଞ୍ଚ ମାଡ଼ାମ କେବେ ଗଣମାଧ୍ୟମ ସାମ୍ନାକୁ ଆସିବେ ଓ ନିଜର ପ୍ରତିକ୍ରିୟା ରଖିବେ ତାହା ଉପରେ ଲୋକଙ୍କ ବେଶ ଚର୍ଚ୍ଚା ଚାଲିଛି।ଯଦି ସରପଞ୍ଚ ମାଡ଼ାମ କୌଣସି ତଥ୍ୟ ଲୋକଲୋଚନ ନ ଆଣନ୍ତି ତେବେ ସରକାରୀ ଟଙ୍କା ର ଅର୍ଥ ବାଟମାରଣାରେ ସରପଞ୍ଚ ହାତ ବୋଲି ଲୋକେ କୁହାକୁହି ହେଉଛନ୍ତି l ତେବେ ଦେଖାଯାଉ ଲୋକଙ୍କ ସରକାର ସମୟରେ ଲୋକଙ୍କୁ ଅନ୍ଧକାରରେ ଆଉ କେତେ ଦିନ ରଖିବେ ସରପଞ୍ଚ ମାଡ଼ାମ ?




